The Ultimate Managed Hosting Platform
ADVERTISEMENT

ହେଟାକୁ ପିଟି ପିଟି ମାରିଦେଲେ ଲୋକ

Facebook
Twitter
LinkedIn

କୋଣାର୍କ : ମହିଳା ଜଣଙ୍କୁ ଆକ୍ରମଣ କରିବାରୁ ହେଟାକୁ ପିଟି ପିଟି ମାରିଦେଲେ ଗାଁ ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକର ବାଘମୁଣ୍ଡା ଗ୍ରାମରେ । ସୂଚନା ଅନୁଯାୟୀ ବାଘମୁଣ୍ଡା ଗ୍ରାମର ରବୀନ୍ଦ୍ର ନାଥ ସ୍ୱାଇଁଙ୍କର ପତ୍ନୀ ରଚନା ସ୍ୱାଇଁ ସକାଳୁ ଗ୍ରାମର କିଛି ମହିଳାଙ୍କ ସହ ବାଡିପଟକୁ ଶୌଚ ହେବାକୁ ଯାଇଥିବା ସମୟରେ ଏକ ହେଟାବାଘ ରଚନାଙ୍କୁ ଆକ୍ରମଣ କରିବା ସହ ତାଙ୍କ ହାତକୁ କାମୁଡି ଧରିଥିଲା । ସେଠାରେ ଥିବା ଅନ୍ୟ ମହିଳା ମାନେ ବଡ ପାଟି କରିବାରୁ ଗ୍ରାମର କିଛି ଲୋକ ଆସି ରଚନାଙ୍କୁ ହେଟା କବଳରୁ ଉଦ୍ଧାର କରିବା ସହ ତାକୁ ପିଟି ପଟି ମାରିଦେଇଥିଲେ । ରଚନାଙ୍କୁ ଗ୍ରାମବାସୀ ତୁରନ୍ତ ଅସ୍ତରଙ୍ଗ ଡାକ୍ତରଖାନାକୁ ପଠାଇଥିଲେ । ମାତ୍ର ଏପରି ଏକ ଅଭାବନୀୟ ଘଟଣା ବିଷୟରେ ବନଖଣ୍ଡ ଅଧିକାରି ପାଖରେ କୌଣସି ଖବର ନଥିବାରୁ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ତୁରନ୍ତ ପୁରୀ ବନଖଣ୍ଡ ଅଧିକାରୀ ଏଦିଗରେ ଦୃଷ୍ଟିଗୋଚର କରି ଗ୍ରାମ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବା ପାଇଁ ଦାବି ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login