ଅମେଠି: ନିଜ ରାଜନୈତିକ ଜୀବନରେ ଅନେକ କାରଣକୁ ନେଇ ଚର୍ଚ୍ଚିତ ହୋଇଥିବା ସ୍ମୃତି ଇରାନୀ ଏବେ ଏକ ହୃଦୟ ଜିତିବା ଭଳି କାମ କରିଛନ୍ତି। ବର୍ଷକର ଶିଶୁର ହୃଦରୋଗ ଥିବା ଜାଣି ଶିଶୁର ଚିକିତ୍ସା କରିବି ବୋଲି କହିଛନ୍ତି ସ୍ମୃତି ଇରାନୀ। କେନ୍ଦ୍ରମନ୍ତ୍ରୀ ତଥା ଅମେଠିରୁ ସାଂସଦ ଥିବା ସ୍ମୃତି ଇରାନୀ ଗସ୍ତର ଦ୍ୱିତୀୟ ଦିନରେ ନିଜ ନିର୍ବାଚନମଣ୍ଡଳୀ ଗୌରିଗଞ୍ଜରେ ପହଞ୍ଚିଥିଲେ। ଏହି ସମୟରେ ଜଣେ ପିତା ତାଙ୍କ ଅସୁସ୍ଥ ପୁଅକୁ କୋଳରେ ଧରି ସାଂସଦଙ୍କୁ ଭେଟିବାକୁ ପହଞ୍ଚିଥିଲେ। ଯେତେବେଳେ ସେ ସାଂସଦ ସ୍ମୃତି ଇରାନୀଙ୍କୁ ତାଙ୍କ ପୁଅ ସିଦ୍ଧାନ୍ସଙ୍କ ହୃଦରୋଗ ବିଷୟରେ କହିଥିଲେ, ସେତେବେଳେ ସ୍ମୃତି ଇରାନୀ କେବଳ ପିଲାଟିକୁ ତାଙ୍କ କୋଳକୁ ନେଇ ନଥିଲେ ବରଂ ତାଙ୍କୁ ସାହାଯ୍ୟ କରିବେ ବୋଲି ମଧ୍ୟ କହିଥିଲେ।
Views: 80