The Ultimate Managed Hosting Platform
ADVERTISEMENT

ହୃଦଘାତରେ ଚାଲିଗଲେ ଅନୁପମା ଅଭିନେତା

Facebook
Twitter
LinkedIn

ମୁମ୍ବାଇ: ପରଲୋକରେ ରୁତୁରାଜ । ଟିଭିରୁ ଓଟିଟି ଯାଏଁ ନିଜ ଅଭିନୟରେ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଅଭିନେତା ଋତୁରାଜ ଏବେ ଆରପାରିରେ । ମାତ୍ର ୬୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଟିଭି ଦୁନିଆର ଲୋକପ୍ରିୟ ଶୋ ଅନୁପମାରେ ନଜର ଆସୁଥିଲେ ଋତୁରାଜ । ଅଭିନେତାଙ୍କ ଅଚାନକ ନିଧନ ଖବର ଶୁଣି ଟିଭି ଜଗତ ଶୋକପ୍ରକାଶ କରିଛି । ଟିଭି ଜଗତର ଅନେକ ଲୋକପ୍ରିୟ ଶୋରେ ଋତୁରାଜ ନଜର ଆସିଛନ୍ତି । ଅପନି ବାତ, ଜ୍ୟୋତି, ହିଟଲର ଦିଦି, ଶପଥ, ୱାରିଅର ହାଇ, ଆହଟ, ଅଦାଲତ, ଦିୟା ଔର ବାତି ହମ ଭଳି ଲୋକପ୍ରିୟ ଶୋରେ ସେ କାମ କରିସାରିଛନ୍ତି । ସେହିପରି ରାଜନୀତି ଓ ବଦ୍ରିନାଥ କି ଦୁଲହନିଆଁ ଭଳି ଫିଲ୍ମରେ ଅଭିନୟ କରିଛନ୍ତି ଋତୁରାଜ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ହୃଦଘାତ ହୋଇଥିଲା । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଦୀର୍ଘଦିନରୁ ସେ ଅସୁସ୍ଥ ଥିଲେ । ଅଗ୍ନାଶୟ ସମସ୍ୟାରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ ।ଅଭିନେତାଙ୍କ ବିୟୋଗ ବିଷୟରେ ତାଙ୍କ ବନ୍ଧୁ ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login