The Ultimate Managed Hosting Platform
ADVERTISEMENT

ହୁମା ମନ୍ଦିର … କେବେ ଯାଇଛନ୍ତି କି ?

Facebook
Twitter
LinkedIn

ବୁ୍ୟରୋ : କେବେ ଆପଣ ବୁଲି ଯାଇଛନ୍ତି କି ହୁମା ମନ୍ଦିର ?ଓଡିଶାର ସମ୍ବଲପୁର ଠାରୁ ୨୩ କିଲୋମିଟର ଦକ୍ଷିଣରେ ମହାନଦୀ କୂଳରେ ରହିଛି ହୁମା ମନ୍ଦିର । ହୁମା ମନ୍ଦିରରେ ଭଗବାନ ବିମଳେଶ୍ୱରଙ୍କୁ ପୂଜା କରାଯାଏ । ହୁମା ମନ୍ଦିରର ବାମ ପାଶ୍ୱର୍ରେ ଭୈରବୀ ଦେବୀଙ୍କ ମନ୍ଦିର ରହିଛି । ମନ୍ଦିର କୂଳ ପାଖରେ ଥିବା ନଦୀରେ କୁଡୋ ମାଛକୁ ଆପଣ ଦେଖିବାକୁ ପାଇବେ ।

ମନ୍ଦିର ମହାନଦୀ କୂଳରେ ଥିବା ଏକ ପଥର ଅବସ୍ଥିତ । ଆପଣ ଜାଣିଛନ୍ତି କି ଏଠାରେ କିପରି ଭଗବାନଙ୍କ ଆବିର୍ଭାବ ହେଲା । ଚାଲନ୍ତୁ ଆମେ ଆପଣଙ୍କୁ କହିବୁ ।
ଜଣେ ଦୁଗ୍ଧ ଚାଷୀ ନିଜର ଗାଇକୁ ଚରାଇବା ସବୁ ଦିନ ଜଙ୍ଗଲକୁ ଛାଡନ୍ତି । ଏହି ପରି ଭାବରେ ଦିନେ ସେ ଦେଖିଲେ କି ତାଙ୍କ ଗାଇର ସ୍ତନ କମି ଯାଇଛି । ତେଣୁ ସେ ଏହା ଜାଣିବା ପାଇଁ ନିଜେ ଗାଇର ପଛେ ପଛେ ଗଲେ । ଗାଇଟି ଗି ମହାନଦୀ ପାର ହୋଇ କୂଳରେ ଥିବା ଏକ ପଥରେ ପାଖରେ ପହଁଚିବା ପରେ ଗାଇର ସ୍ତନରୁ ଆପେ କ୍ଷୀର ବାହାରୁଛି । ଏହା ପରେ ସେହି ପଥରରେ ଭଗବାନ ଶିବଙ୍କ ଆବିର୍ଭାବ ହେଲା ।

ଶିବଙ୍କ ଉପସନା ଜଣେ ଦୁଗ୍ଧ ଚାଷୀଙ୍କ ଦ୍ୱାରା ଆରମ୍ଭ ହୋଇଥିଲା । ଏହା ପରେ ଏଠାରେ ମନ୍ଦିର ସ୍ଥାପନ ହୋଇଛି ।
ଏହି ମନ୍ଦିରକୁ ସମ୍ବଲପୁରର ପଂଚମ ରାଜା ବଳିୟାର ସିଂ ଙ୍କ ଦ୍ୱାରା ନବୀନିର୍ମାଣ କରାଯାଇଥିଲା । ଏହା ପରେ ରାଜା ଅଜିତ ସିଂ ଙ୍କ ଶାସନ କାଳରେ ନିର୍ମିତ ହୋଇଥିଲା । ମନ୍ଦିରଟି ବକ୍ର ହେବାର ଅନେକ କାରଣ ରହିଛି । ମହାନଦୀରେ ବନ୍ୟା ହେତୁ ବା ଭୂକମ୍ପ ହେତୁ ଅନେକ କଥା ସ୍ଥାନୀୟ ଲୋକମାନେ କୁହନ୍ତି । ହୁମା ମନ୍ଦିରର ଭରି ରହିଛି ଅନେକ ରହସ୍ୟ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login