The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ହୁତୁ ହୁତୁ ହୋଇ ଜଳିଗଲା କାର୍ , କାରଣ ଅସ୍ପଷ୍ଟ

Facebook
Twitter
LinkedIn

ରାଉରକେଲା : ସୁନ୍ଦରଗଡ଼ ରାଜଗାଙ୍ଗପୁର ସହରରେ ଏଭଳି ଅଘଟଣ ଦେଖିବାକୁ ମିଳିଛି। ରାଜଗାଙ୍ଗପୁର ସହରରେ ଥିବା ଆଇଟି କଲୋନୀରେ ଏକ କାର ଛିଡା ହୋଇଥିବା ବେଳେ ଲାଗିଯାଇଥିଲା ନିଆଁ । ଯାହାଦ୍ୱାରା କାର୍ଟି ପୋଡିଯାଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ କରୁଛି ।

ସୂଚନା ଅନୁଯାୟୀ , ରାଜଗାଙ୍ଗପୁର ସହରରେ ଥିବା ଆଇଟି କଲୋନୀର ବାସିନ୍ଦା ରାଜେଶ୍ୱର ରଥ ବୁଧବାର ରାତିରେ ରାଧାକୃଷ ମନ୍ଦିର ଆଗରେ ବଲେନୋ ଗାଡି (ଓଡ଼ି ୧୪ଟି ୯୦୬୫)ଟିକୁ ରଖିଥିଲେ । ରାତି ପ୍ରାୟ ସାଢେ ୧୨ଟା ସମୟରେ ଏକ ଜୋର ଶବ୍ଦ ଶୁଣି ଆଖପାଖରେ ରହୁଥିବା ବାସିନ୍ଦା ଘରୁ ବାହାରି ଆସି ଦେଖିଲା ବେଳକୁ କାରଟି ଜଳୁଥିଲା । ଏହାକୁ ଦେଖି ସ୍ଥାନୀୟ ବାସିନ୍ଦା ଗାଡି ମାଲିକଙ୍କୁ ତୁରନ୍ତ ଖବର ଦେଇ ପୋଲିସ ଓ ଅଗ୍ନିଶମ ବିଭାଗକୁ ମଧ୍ୟ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏପର୍ଯ୍ୟନ୍ତ ନିଆଁ କିଭଳି ଲାଗିଲା ତାହା ଜଣା ପଡି ନଥିବା ବେଳେ ଏ ନେଇ ଗାଡି ମାଲିକ ରାଜେଶ୍ୱର ରଥ ଥାନାରେ ଅଭିଯୋଗ କରିଛନ୍ତି । ଏନେଇ ରାଜଗାଙ୍ଗପୁର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ବଦଳିବ ହେଲଥ୍ କାର୍ଡ ଲୋଗୋ, ଖୁବଶୀଘ୍ର ମିଳିବ ଆୟୁଷ୍ମାନ କାର୍ଡ ; ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ

ଅସୁସ୍ଥ ଥିଲେ ରଥଯାତ୍ରା ଭିଡକୁ ଆସନ୍ତୁ ନାହିଁ –ମନ୍ତ୍ରୀ

ପୁରୀ : ଅସୁସ୍ଥ ଥିଲେ ଭିଡ଼କୁ ଆସନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି । କୋଭିଡ ପାଇଁ ଭୟ କରିବାର ଆବଶ୍ୟକତା ନାହିଁ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି...

୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୁଣରେ ସୁଧ ଦେବେନି ଏସଏଚଜି ମହିଳା, ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ

ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ କାଳୀନ ସହାୟତା ରାଶି ବଢିଲା, ମୃତ୍ୟୁ ହେଲେ ମିଳିବ ୧୦ ଲକ୍ଷ

ଭୁବନେଶ୍ୱର : ବନ୍ୟଜନ୍ତୁ ଆକ୍ରମଣରେ ମୃତ୍ୟୁ କାଳୀନ ସହାୟତା ରାଶି ବଢିଲା । ପୂର୍ବରୁ ମିଳୁଥିବା ୬ ଲକ୍ଷ ଟଙ୍କା ୧୦ ଲକ୍ଷକୁୁ ବଢିଲା । ସହାୟତା...

Login