ଭୁବନେଶ୍ୱର : ସୁବର୍ଣ୍ଣରେଖା, ବୁଢାବଳଙ୍ଗ , ଜଳକା ନଦୀ ବିପଦ ସଂକେତ ତଳେ ପ୍ରବାହିତ । ସୂଚନା ଦେଲେ ଜଳସପଂଦ ସର୍ବୋଚ୍ଚ ଯନ୍ତ୍ରୀ ସାଗର ମହାନ୍ତି । ଝାଡଖଣ୍ଡରେ ସୃଷ୍ଟି ଘୂର୍ଣ୍ଣିବଳୟ ମହାନଦୀ ବୈତରଣୀ ବେସିନର ଉପମୁଣ୍ଡରେ ହେବ । ହୀରାକୁଦ ପାଇଁ ବିପଦ ନାହିଁ , ବୈତରଣୀ ଉପମୁଣ୍ଡରେ ବର୍ଷା ହେବ । ଅସମୟରେ ବର୍ଷା କାରଣରୁ ଗାଁ ଭିତରେ ପାଣି ଛାଡୁନି । ଝାଡଖଣ୍ଡ ଚାନ୍ଦିଲିର ୬ଟି ଗେଟ ଦେଇ ଜଳ ନିଷ୍କାସନ ହେଉଛି । ଘାଇ କେଉଁଠି ବି ହେଉନି , ବର୍ଷାର ପରିମାଣ ସବୁଠି ଅଧିକ ରହୁନି । ମହାନଦୀରେ ୬୦ ମିମି , ବ୍ରାହ୍ମଣୀରେ ୩୦ ମିମି ବର୍ଷା ହୋଇଛି । ଏକକାଳୀନ ଉପର ଓ ତଳ ମୁଣ୍ଡରେ ବାଦଲ ଫାଟିଲେ ବନ୍ୟା ହେବ । ବାଦଲ ଫଟା ବର୍ଷାର ସମ୍ଭାବନା ନାହିଁ , ଡ୍ୟାମ ଅବବାହିକାରେ ବର୍ଷା ଉପରେ ବନ୍ୟା ସ୍ଥିତି ନିର୍ଭର କରୁଛି ।
Views: 20