The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ସୁଧାର ସୂଚନା

Facebook
Twitter
LinkedIn

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ସ୍ୱାସ୍ଥ୍ୟରେ ସୁଧାର ହେଉଥିବାର ସୂଚନା ଆସୁଛି। ରିପୋର୍ଟ ମୁତାବକ ରାଜଙ୍କୁ ମସ୍ତିଷ୍କରେ ସଂକ୍ରମଣ ହ୍ରାସ ହୋଇଛି। ଏଣୁ ରାଜୁଙ୍କ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ଏବେ ତାଙ୍କୁ ଭେଣ୍ଟିଲେଟର ସପୋର୍ଟ କମ କରିବା ବିଷୟରେ ଚିନ୍ତା କରୁଥିବା କୁହାଯାଇଛି। ଏପରି ହେଲେ ରାଜୁ ଶ୍ରୀବାସ୍ତବଙ୍କୁ ଖୁବ୍ ଶୀଘ୍ର ଭେଣ୍ଟିଲେଟର ସପୋର୍ଟରୁ ବାହାରକୁ ଅଣାଯାଇପାରେ ବୋଲି ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ ଯେ ହୃଦଘାତ ହେବା ଯୋଗୁ ରାଜୁ ଶ୍ରୀବାସ୍ତବଙ୍କୁ ଅଗଷ୍ଟ ୧୦ ତାରିଖ ଦିନ ଦିଲ୍ଲୀ ଏମସ୍‌ରେ ଭର୍ତ୍ତି କରାଯାଇଥିଲା। ଗତ ୧୪ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରତଳ ହେବା ପରେ ଏବେ ସ୍ଥିର ରହିଛି। ତାଙ୍କ ଶରୀରର ସମସ୍ତ ଅଙ୍ଗ ଏବେ ଠିକ ଭାବେ କାମ କରୁଛନ୍ତି। ହେଲେ ସେ ଏବେ ମଧ୍ୟ କୋମାରେ ଅଛନ୍ତି। ରାଜୁ ଶ୍ରୀବାସ୍ତବଙ୍କୁ ପୂର୍ବରୁ ମଧ୍ୟ ଭେଣ୍ଟିଲେଟରରେ ରଖା ଯାଇଥିଲା। ତେବେ ମସ୍ତିଷ୍କରେ ସଂକ୍ରମଣ ଯୋଗୁ ତାଙ୍କୁ ପୁଣି ଥରେ ଭେଣ୍ଟିଲେଟରରେ ରଖା ଯାଇଥିଲା। ଏବେ ଡାକ୍ତରମାନେ କିଛି କିଛି ଘଣ୍ଟା ଭେଣ୍ଟିଲେଟରରୁ ବାହାରେ ରଖି ତାଙ୍କର ଚିକିତ୍ସା କରିବେ।

ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ନେଇ ଝିଅ ଅନ୍ତରା ଗଣମାଧ୍ୟମକୁ କହିଛନ୍ତି। ହେଲେ ସେ ଏବେ ମଧ୍ୟ ବେହୋସ ଅଛନ୍ତି। ଡାକ୍ତର କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁ ନାହାନ୍ତି। ଏଣୁ ତାଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଏଥିପାଇଁ ହସ୍ପିଟାଲରେ ରାଜୁଙ୍କୁ ଭେଟିବା ଲାଗି କାହାରିକୁ ଛାଡି ଦିଆଯାଉନଥିବା ତାଙ୍କ ଝିଅ କହିଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ଟେକ ଅଫ ସମୟରେ ରନୱେରୁ ଖସିଲା ପ୍ରାଇଭେଟ ଜେଟ

ୟୁପି : ଉତ୍ତରପ୍ରଦେଶର ଫର୍ରୁଖାବାଦ୍ ଜିଲ୍ଲାରେ ଟଳିଲା ବଡ଼ ବିମାନ ଦୁର୍ଘଟଣା । କୋତୱାଲି ମହମ୍ମଦାବାଦ ଏୟାରଷ୍ଟ୍ରିପରେ ଉଡ଼ାଣ ଭରିବା ସମୟରେ ଏକ ଘରୋଇ ଜେଟ୍ ନିୟନ୍ତ୍ରଣ...

ADVERTISEMENT
ଐତିହାସିକ କଟକ ବାଲିଯାତ୍ରାକୁ ମିଳିଲା ଜାତୀୟ ମାନ୍ୟତା

ଉପର ପଡିଆରେ ହେବ ବାଲିଯାତ୍ରା , ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦେଖି ଗ୍ରହଣ କଲେ ହାଇକୋର୍ଟ

କଟକ : ଉପର ପଡିଆରେ ହେବ ଐତିହାସିକ ବାଲିଯାତ୍ରା । ଏ ନେଇ ହାଇକୋର୍ଟଙ୍କୁ ସତ୍ୟପାଠ ଦେଲା ଜିଲ୍ଲା ପ୍ରଶାସନ । ଲୋକଙ୍କ ଭାବାବେଗ ଓ ପରମ୍ପରାକୁ...

Login