ମାଲକାନଗିରି : ହାର୍ଡକୋର ମାଓବାଦୀ ପ୍ରଭାକର ଗିରଫ ଓରଫ ବଲମୁରି ନାରାୟଣ ରାଓ । ଗିରଫ କଲା ଛତିଶଗଡ଼ର କାଙ୍କେର ପୋଲିସ । ୪୦ ବର୍ଷ ଧରି ମାଓ ସଂଗଠନରେ କାମ କରୁଥିଲା ପ୍ରଭାକର । ପ୍ରଭାକରକୁ ଧରିବା ଲାଗି ୨୫ ଲକ୍ଷ ପୁରସ୍କାର ଘୋଷଣା ହୋଇଥିଲା । ଆଇଏସଜେଡଏମସି କ୍ୟାଡରର ନକ୍ସଲ ନେତା ଭାସ୍କର ୪୦ ବର୍ଷ ଧରି ମାଓ ସଂଗଠନରେ ସକ୍ରିୟ ଥିଲା । ଓଡିଶା ସମେତ ଛତିଶଗଡ, ବିହାର, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗର ଟପ ମାଓ ନେତା ଥିଲା ଭାସ୍କର । କେନ୍ଦ୍ରୀୟ କମିଟିର ସଚିବ ଗଣପତିଙ୍କର ଦାଦା ପୁଅ ଭାଇ ହେଉଛନ୍ତି ଭାସ୍କର । ଏଥିସହ ଭାସ୍କରଙ୍କ ପତ୍ନୀ ରାଜେ କାଙ୍ଗେ ସଂଗଠନରେ ଡିଭିଜନାଲ କମିଟି ମେମ୍ବର ପଦବୀରେ କାମ କରୁଛନ୍ତି । ବାଲମୁରି ନାରାୟଣ ରାଓ ଗତ ୮୪ ମସିହାରେ ମାଓ ସଂଗଠନ ସହ ଜଡିତ ହୋଇ କାମ କରିଥିଲେ।
Views: 31