୧୨୬୨ଜଣ ବ୍ୟକ୍ତିଙ୍କ ଠାରେ ଏହି ପରୀକ୍ଷା କରାଯାଇ ଡାଟା ସଂଗ୍ରହ ହୋଇଥିଲା ।
ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଭାରତୀୟ ବୈଜ୍ଞାନିକଙ୍କୁ ମିଳିପାରେ ଏଭଳି ସଫଳତା । ହାର୍ଟବିଟ୍ରୁ ଜାଣିହେବ ଡାଇବେଟିସ୍ । କାହିଁକିନା ବୈଜ୍ଞାନିକମାନେ ଡାଇବେଟିସ୍ ନିରୂପଣ ତଥା ଚିହ୍ନଟ ପାଇଁ ଏଭଳି ପଦ୍ଧତି ଉପରେ ରିପୋର୍ଟ ପ୍ରକାଶ କରିଛନ୍ତି । ରୋଗାବସ୍ଥାରେ ନୁହେଁ, ରୋଗକୁ ଆଗୁଆ ଚିହ୍ନ ପାରିିବ! ହାର୍ଟବିଟ୍ ଡାଟାକୁ ଆକ୍ସେସ୍ କରି ଡାଇବେଟିସ୍କୁ ସହଜରେ ଚିହ୍ନି ପାରିବ ଇସିଜି । ଇସିଜିକୁ ବ୍ୟବହାର କରି ଡାଇବେଟିସ୍ ଓ ପ୍ରିଡାଇବେଟିସ୍ ସହଜରେ ଜାଣିହେବ । ଏହାଦ୍ୱାରା ଖୁବ୍ ଶୀଘ୍ର ଡାଇବେଟିସ୍କୁ ଜାଣିହେବ ବୋଲି ବୈଜ୍ଞାନିକମାନେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ଭାରତୀୟ ବୈଜ୍ଞାନିକମାନେ ଏକ ବକ୍ସଗ୍ଧସଲସମସବକ୍ଷ ସଦ୍ଭଗ୍ଧରକ୍ଷକ୍ଷସଶରଦ୍ଭମର (ଇଓ) ବକ୍ଷଶକ୍ଟକ୍ସସଗ୍ଧଷଜ୍ଞ ପ୍ରସ୍ତୁତ କରିଛନ୍ତି । ଯାହା ଜଣେ ବ୍ୟକ୍ତିଙ୍କ ହୃତ ସ୍ପନ୍ଦନରୁ ଋଉଏ (ଇଲେକ୍ଟୋକାର୍ଡିଓଗ୍ରାମ)ରେ ରେକର୍ଡ କରାଯାଇ ଡାଇବେଟିସ୍ ଏବଂ ପ୍ରି-ଡାଇବେଟିସ୍ ବିଷୟରେ ସଠିକ୍ ପୂର୍ବାନୁମାନ କରିପାରିବ ।
ସମଗ୍ର ବିଶ୍ୱରେ ଡାଇବେଟିସ୍ ତଥା ମଧୁମେହ ରୋଗ ବଢିବାରେ ଲାଗିଛି । ୨୦୧୯ ରେ ବିଶ୍ୱରେ ୪୬୩ ମିଲିୟନ ଯୁବକ ଯୁବତୀ ଡାଇବେଟିସ୍ ରୋଗରେ ଆକ୍ରାନ୍ତ । ତେବେ ଏହି ରୋଗକୁ ଆଗୁଆ ଚିହ୍ନଟ କରାଯାଇପାରିଲେ ଡାଇବେଟିସ୍ ଦ୍ୱାରା ହେଉଥିବା ଗୁରୁତର ରୋଗକୁ ନିୟନ୍ତ୍ରଣ କରାଯାଇପାରିବ ।
ଲତା ମେଡିକାଲ ରିସର୍ଚ୍ଚ ଫାଉଣ୍ଡେସନ୍ ଏହା ଉପରେ ଗବେଷଣା କରିଥିଲା । ୧୨୬୨ଜଣ ବ୍ୟକ୍ତିଙ୍କ ଠାରେ ଏହି ପରୀକ୍ଷା କରାଯାଇ ଡାଟା ସଂଗ୍ରହ ହୋଇଥିଲା । ତେବେ ଡାଇବେଟିସ୍ ନାମକ ଇସିଜି ଆଲଗୋରିଦିମ୍ ମାଧ୍ୟମରେ ୧୦,୪୬୧ ସିଙ୍ଗଲ ହାର୍ଟବିଟ୍କୁ ରେକର୍ଡ କରାଯାଇଥିଲା ।
ତେବେ ପ୍ରତ୍ୟେକଙ୍କ ହାର୍ଟବିଟ୍ର ଆକାର ଓ ଆକୃତି ଅନୁସାରେ ଊସବଈରବଗ୍ଧଗ୍ଦ ବକ୍ଷଶକ୍ଟକ୍ସସଗ୍ଧଷଜ୍ଞ ଶୀଘ୍ର ଡାଇବେଟିସ୍ ଓ ପ୍ରିଡାଇବେଟିସ୍ ଚିହ୍ନଟ କରିପାରୁଛି । ବ୍ୟକ୍ତିଙ୍କ ବୟସ ଅନୁସାରେ ଏହି ଆଲଗୋରିଦିମ୍ ୯୭ ପ୍ରତିଶତ ସଠିକ ଚିହ୍ନଟ କରିପାରୁଛି । ଏହାଦ୍ୱାରା ରୋଗୀମାନେ ନିଜେ ପରୀକ୍ଷା କରି ଡାଇବେଟିସ୍ ଚିହ୍ନିବା ଯେଉଁଭଳି ଭାବେ କଶ୍ଟକର ହେଉଥିଲା, ତାହା ଏଥିରେ ରହିବ ନାହିଁ ।