ସମ୍ବଲପୁର : ହୀରାକୁଦରେ ବ୍ୟାପୁଛି ଝାଡାବାନ୍ତି । ୨ ଦିନରେ ୪୦ରୁ ଉଦ୍ଧ୍ୱର୍ ମେଡିକାଲରେ ଭର୍ତ୍ତି । ୫ ଜଣଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି । ହୀରାକୁଦ ସହରର ଗୁରୁଦ୍ୱାରାପଡ଼ା, ଗୌଡ଼ପଡ଼ା,କାଲୋପଡ଼ା, ନ୍ୟୁ ମାର୍କେଟ କଲୋନି, ମାଛପଡ଼ାରେ ସଂକ୍ରମଣ ବଢ଼ିଚାଲିଛି । ଝାଡ଼ାବାନ୍ତି ବ୍ୟାପୁଥିବା ନେଇ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦେଇଥିବା ରିପୋର୍ଟ ଅନୁସାରେ ଟ୍ରିଟମେଂଟ ପ୍ଲାଂଟରେ ପାଣିକୁ ବିଶୁଦ୍ଧ କରାଯାଉନାହିଁ । ଯାହା ଫଳରେ ସଂକ୍ରମଣ ବ୍ୟାପୁଛି । ୪ଟି ସ୍ଥାନରୁ ପାନୀୟ ଜଳ ନମୂନ ସଂଗ୍ରହ କରାଯାଇଛି । ଏବେ ଘର ଘର ବୁଲି ଯାଞ୍ଚ କରୁଛି ସ୍ୱାସ୍ଥ୍ୟ ବିଭାଗ । ସ୍ଥିତି ଉପରେ ନଜର ରଖିଛି ମୋବାଇଲ ହେଲଥ ୟୁନିଟ ।
Views: 69