The Ultimate Managed Hosting Platform
ADVERTISEMENT

ହାପି ବର୍ଥ ଡେ ସମ୍ମି କପୁର।

Facebook
Twitter
LinkedIn

ମୁମ୍ଵାଇ ୨୧।୧୦: ଭେଟେରାନ୍ ବଲିଉଡ୍‌ର ଅଭିନେତା ସମ୍ମି କପୁରଙ୍କ ଜନ୍ମଦିନ। ଯିଏ ତାଙ୍କର ବିଶେଷ ଅଭିନୟ ପାଇଁ ଜଣାଶୁଣା । ସେ ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ସମ୍ମି କପୁରଙ୍କୁ ଭାରତ ଶ୍ୟାମି କପୁରଙ୍କୁ ଭାରତର ଏଲଭିସ୍ ପ୍ରେସ୍ଲି କୁହାଯାଏ । ସେ ୧୯୩୧ ମସିହାରେ ଜନ୍ମଗ୍ରହଣ କରିଥିଲେ। ସମ୍ମି କପୁରଙ୍କ ପୁରା ପରିବାର ତାଙ୍କ ପିତା ପ୍ରୀତିରାଜ କପୁର ହେଉ କିମ୍ବା ଯୁବ ପିଢି ଆଜି ଚଳଚ୍ଚିତ୍ର ସହ ଜଡିତ ଅଛନ୍ତି। ତାଙ୍କ ପରିବାରକୁ କପୁର ପରିବାରର ନାମରେ ବେଶ ଜଣାଶୁଣା । ତେବେ ଆସନ୍ତୁ ଆଜି ଆପଣଙ୍କୁ ଏହି ବିଶେଷ ଦିନରେ ସମ୍ମି କପୁରଙ୍କ ବିଷୟରେ –


ପିଲାଦିନରୁ ସମ୍ମି କପୁରଙ୍କ ଘରେ ଫିଲ୍ମି ମାହୋଲ ଥିଲା । ଯେଉଁଥି ପାଇଁ ସେ ପୃଥି ଥିଏଟରରେ ଅକ୍ଷିନୟ ଶିଖିଥିଲେ । ଏହା ପରେ ସେ ଚଳଚ୍ଚିତ୍ର ଜୀବନ ଜ୍ୟୋତିରୁ କ୍ୟାରିୟର ଆରମ୍ଭ କରିଥିଲେ । ୧୯୪୮ରେ ତାଙ୍କୁ ପ୍ରଥମ ଚାକିରି ମିଳିଥିଲା । ଯେଉଁଠାରେ ସେ କନିଷ୍ଠ କଳାକାର ଭାବରେ କାର୍ଯ୍ୟ କରୁଥିଲେ। ଏହି କାମ ପାଇଁ ତାଙ୍କୁ ମାତ୍ର ୧୫୦ ଟଙ୍କା ପାଉଥିଲେ । ଏହା ପରେ ସେ ଲୈଲା ମଜନୁ, ନାକାବ, ତୁମସା ନେହି ଦେଖା, ରାତ କି ରାନୀ ଏବଂ ବସନ୍ତ ପରି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ ।


‘ଜଙ୍ଗଲି’ ସମ୍ମି କପୁରଙ୍କ ପ୍ରଥମ କଲର ଫିଲ୍ମ ଥିଲା। ଏହା ପରେ ସେ ପ୍ରଫେସର, ରାଜକୁମାର, ବ୍ରହ୍ମଚାରି, ପ୍ରିନ୍ସ ଏବଂ ଅନ୍ଦାଜ ଭଳି ଅନେକ କଲର ଫିଲ୍ମରେ କାମ କରିଥିଲେ । ସମ୍ମି କପୁରଙ୍କୁ ଅଭିନେତା ରଣବୀର କପୁରଙ୍କ ରକଷ୍ଟାରରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ର ୨୦୧୧ରେ ରିଲିଜ୍‌ ହୋଇଥିଲା । ଏହା ବ୍ୟତୀତ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ବେଶ ଚର୍ଚ୍ଚାରେ ଥିଲେ । ସେ ତାଙ୍କ ପ୍ରଥମ ବିବାହ ୫୦-୬୦ ଦଶକର ପ୍ରସିଦ୍ଧ ଅଭିନେତ୍ରୀ ଦୀତା ବାଲିଙ୍କ ସହ ହୋଇଥିଲା ଉଭୟ ପରିବାର ସଦସ୍ୟଙ୍କୁ ନ ଜଣାଇ ଏହି ବିବାହ କରିଥିଲେ।


କାହିଁକି ନା ଗୀତା ତାଙ୍କ ଠାରୁ ଏକ ବର୍ଷ ବଡ ଥିଲେ ତେଣୁ ସେ ବିବାହ କରିବାକୁ ଡରୁଥିଲେ। ଗୀତା ଚାହୁଁ ନଥିଲେ ଯେ ସମ୍ମିଙ୍କ ପରିବାର କୌଣସି ପ୍ରକାରେ ଆଘାତ ହେଉ। ତେଣୁ ଦୁହେଁ ମଧ୍ୟରାତ୍ରିରେ ଘରୁ ପଳାଇ ବିବାହ କରିଥିଲେ। ବିବାହର ଦଶ ବର୍ଷ ପରେ ଗୀତା ବାଲି ୧୯୬୫ରେ ମୃତ୍ୟୁ ବରଣ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି – ଆଦିତ୍ୟ ରାଜ କପୁର ଏବଂ କଞ୍ଚନ। ଗୀତା ବାଲିଙ୍କ ମୃତ୍ୟୁ ପରେ ସେ ୧୯୬୯ ମସିହାରେ ନୀଲା ଦେବୀଙ୍କୁ ଦ୍ବିତୀୟ ବିବାହ କରିଥିଲେ। କହିବାକୁ ଗଲେ ସମ୍ମି ୨୦୧୧ ଅଗଷ୍ଟ ୧୪ରେ ଚିରନିଦ୍ରା ଯାଇଥିଲେ । ଭାରତୀୟ ସିନେ ଦର୍ଶକଙ୍କ ମନରେ ନିଜର ପ୍ରତିଭା ପାଇଁ ବେଶ ଲୋକପ୍ରିୟତା ଅର୍ଜନ କରିଥିଲେ ସମ୍ମି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

“ଆମ ଶାସନ” ଶୁଭାରମ୍ଭ , ମୁଖ୍ୟମନ୍ତ୍ରୀ କଲେ ଶୁଭାରମ୍ଭ

ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅନ୍ୟନ୍ତ ନିନ୍ଦନୀୟ ; ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପଶ୍ଚିମବଙ୍ଗରେ ଓଡିଆ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦବେଗ । ଏହା ଅତ୍ୟନ୍ତ ନିନ୍ଦନୀୟ ଓ ପୀଡା ଦାୟକ, ମୁଁ ଗଭୀର ଭାବରେ ମର୍ମାହତ...

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ବିଜେଡିକୁ ଶକ୍ତ ଝଟକା ; ପଦ୍ମ ଧରିଲେ ଜୟ ଢୋଲକିଆ

ଭୁବନେଶ୍ୱର : ବିଜେପିରେ ମିଶିଲେ ଜୟ ଢୋଲକିଆ । ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ । ନୂଆପଡା ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ହେବା...

ADVERTISEMENT
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା

ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି...

Login