କଳାହାଣ୍ଡି : ହାତ ଧରିଲେ ବଳଭଦ୍ର ମାଝୀ। କଂଗ୍ରେସରେ ସାମିଲ ହେଲେ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ । କଳାହାଣ୍ଡି ଜିଲ୍ଲା ସଦରମହକୁମା ଭବନୀପାଟଣାରେ ଆଜି ଆୟୋଜିତ କଂଗ୍ରେସର ମିଶ୍ରଣ ପର୍ବରେ ସମର୍ଥକଙ୍କ ସହ ବଳଭଦ୍ର ମାଝୀ ହାତ ଧରିଲେ । ମିଶ୍ରଣ ପର୍ବରେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ପ୍ରଭାରୀ ଅଜୟ କୁମାର, ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ ଉପସ୍ଥିତ ଥିଲେ । ନିଜ ଅଂଚଳର ଲୋକଙ୍କ ସ୍ୱାର୍ଥକୁ ଆଖିରେ ରଖି ସେ କଂଗ୍ରେସରେ ସାମିଲ ହେଉଥିବା କହିଛନ୍ତି ବଳଭଦ୍ର ମାଝୀ । ଜାନୁଆରୀ ୮ ତାରିଖରେ ବିଜେଡିରୁ ସେ ଇସ୍ତଫା ଦେଇଥିଲେ ।
Views: 111











