ଖୋର୍ଦ୍ଧା: ଧାନ ବିଲରେ ୨ ଜଣଙ୍କୁ ଦଳି ମାରିଲା ହାତୀ । ଟାଙ୍ଗି ବ୍ଲକ ପାରିଓରଡ ପଞ୍ଚାୟତ ଜରିଟାପୁର ୨ ଜଣଙ୍କୁ ମାରିଦେଲା । ପାଚିଲା ଧାନକୁ ଜଗିଥିବା ବେଳେ ହାତୀ ଆକ୍ରମଣ କଲା । ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ବିଲକୁ ଯାଉଥିବା ବେଳେ ହାତୀ ଦଳି ଦେଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଦୁଇଟି ମୃତଦେହ ପଡି ରହିଛି । ଦୁଇ ମୃତକ ପାରି ଓରଡ ଜରିଟାପୁ ଗାଁର କୃଷ୍ଣ ପ୍ରଧାନ ଓ ପରୀରଡ ଗାଁର ଲକ୍ଷ୍ମୀଧର ବେହେରା । ଟାଙ୍ଗୀ ବନ ବିଭାଗ ନିକଟରେ କ୍ଷତିପୂରଣ ଦାବି କରିଛନ୍ତି ଗ୍ରାମବାସୀ ।
Views: 87











