The Ultimate Managed Hosting Platform
ADVERTISEMENT

ହାତୀ ଦାନ୍ତ ବେଳେ ମାଡି ବସିଲା STF

Facebook
Twitter
LinkedIn

ଆଠମଲ୍ଲିକ : ହାତୀ ଦାନ୍ତ ଡିଲ୍ ବେଳେ ମାଡ଼ି ବସିଲା ଏସଟିଏଫ । ୨ଟି ହାତୀ ଦାନ୍ତ ଜବତ, ୨ ଗିରଫ । ଆଠମଲ୍ଲିକ ବ୍ଲକର ଜଙ୍ଗଲ ସଂଲଗ୍ନ ଯଦୁପୁର ଗ୍ରାମରେ ବିକ୍ରି ପାଇଁ ଡିଲ୍ ବେଳେ ୨ଟି ହାତୀ ଦାନ୍ତ ଜବତ ହୋଇଛି। ଗାଁରେ ଜଣେ ବ୍ୟକ୍ତି ହାତୀ ଦାନ୍ତ ରଖିଥିବା ଖବରପାଇ ଏସଟିଏଫ ଚଢାଉ କରିଥିଲା । ଏସଟିଏଫର ଜଣେ ଇନ୍ସପେକ୍ଟରଙ୍କ ନେତୃତ୍ୱରେ ଏକ ୬ ଜଣିଆ ଟିମ୍ ଛଦ୍ମ ବେଶରେ ଉକ୍ତ ବ୍ୟକ୍ତିଙ୍କୁ ଘରକୁ ଯାଇ ହାତୀଦାନ୍ତର ଦରଦାମ ଉପରେ ମୂଲଚାଲ କରିଥିଲେ । ହାତୀ ଦାନ୍ତ ଥିବା ନିଶ୍ଚିତ ହେବା ପରେ ଅଭିଯୁକ୍ତକୁ କାବୁ କରି ୨ଟି ହାତୀଦାନ୍ତ ଜବତ କରାଯାଇଛି । ଜବତ ୨ଟି ହାତୀ ଦାନ୍ତର ଓଜନ ୪ କେଜି ୭୦୦ ଗ୍ରାମ ହେବ । ମାମଲାରେ୨ଜଣଙ୍କୁ ଗିରଫ କରି ଆଠମଲ୍ଲିକ ଥାନାରେ ଅଟକ ରଖି ପଚରାଉଚରା ପରେ କୋର୍ଟଚାଲାଣ କରାଯାଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ

ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ

ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୦ ଆଶାୟୀଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନର ଫୋରେନସିକ ପରୀକ୍ଷା ପାଇଁ ପଠାଯାଇଛି। ଷ୍ଟେଟ୍...

Login