ହିନେ୍ଦାଳ : ଢେଙ୍କାନାଳ ବାଗଧରିଆ ଗାଁରେ ହାତୀ ଆକ୍ରମଣରେ ମୃତ ୩ ଜଣଙ୍କ ପରିବାରକୁ ମିଳିବ କ୍ଷତିପୂରଣ । ଏ ନେଇ ‘ଏକ୍ସ’ରେ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ତେବେ କାର୍ୟ୍ୟରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ମୃତକଙ୍କ ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ମନ୍ତ୍ରୀ । ସୂଚନା ଅନୁସାରେ ଆଜି ସକାଳୁ ଶୌଚ ହେବାକୁ ଯାଇଥିବାବେଳେ ତିନି ଜଣ ହାତୀ ଆକ୍ରମଣର ଶିକାର ହୋଇଥିଲେ।
Views: 10