କରଞ୍ଜିଆ : କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ ଥମିବାର ନାଁ ନେଉନଥିବା ବେଳେ ବୁଧବାର ପୂର୍ବାହ୍ନରେ ଦନ୍ତା ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପୋଖରିଆ ଗାଆଁ ଦାସ ସାହିରେ । ଗାଁ ନିକଟ ପୋଖରୀକୁ ଶୌଚ ପାଇଁ ସୁନୀଲ ହେମ୍ବ୍ରମ୍ ଯାଇଥିବା ବେଳେ ଦନ୍ତା ହାବୁଡ଼ରେ ପଡ଼ି ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ପଡ଼ିଯାଇଥିଲେ । ସ୍ଥାନୀୟ ଗ୍ରାମବାସୀ ଓ ବନବିଭାଗ ଗୁରୁତ୍ୱର ଅବସ୍ଥାରେ ଆହତଙ୍କୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ଗୁରୁତର ଥିବାରୁ କେନ୍ଦୁଝର ଡାକ୍ତରଖାନା ଏବଂ ପରେ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ମାତ୍ର ସେଠାରେ ସେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଗୁରୁତର ଯୁବକ ଜଣକ ହେଉଛନ୍ତି ସୁନୀଲ ହେମ୍ବ୍ରମ୍।
Views: 66