The Ultimate Managed Hosting Platform
ADVERTISEMENT

ହାତୀ ଆକ୍ରମଣରେ ଚାଲିଗଲା ଯୁବକଙ୍କ ଜୀବନ

Facebook
Twitter
LinkedIn

ଅନୁଗୁଳ : ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ଗତକାଲି ବିଳମ୍ବିତ ରାତିରେ ହାତୀ ଆକ୍ରମଣରେ ତରଭା ଗାଁର ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଆଜି ସକାଳେ ଏହି ଘଟଣା ଜଣାପଡ଼ିଥିବା ବେଳେ ଉତ୍ତ୍ୟକ୍ତ ଲୋକେ ଜଗନ୍ନାଥପୁର – ଟିକରପଡ଼ା ରାସ୍ତା ଅବରୋଧ କରିଛନ୍ତି। ଫଳରେ ଅଭୟାରଣ୍ୟର ଟିକରପଡା ଅଞ୍ଚଳକୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ସୂଚନା ମୁତାବକ, ପମ୍ପାସର ରେଞ୍ଜ ତରଭା ଗାଁରେ ଗତକାଲି ରାତିରେ ହାତୀ ଉପଦ୍ରଵ ରହିଥିଲା। ଗାଁର ଅନିଲ ଭୋଇ (୨୬) ରାତିରେ କୌଣସି କାମରେ ଅନ୍ୟ ଏକ ସାହିକୁ ଯାଇ ଘରକୁ ଫେରିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଗତକାଲି ରାତିରେ ଏହି ଘଟଣା ସମ୍ପର୍କରେ ଗ୍ରାମବାସୀମାନେ ଜାଣିପାରିନଥିବା ବେଳେ ସକାଳେ ହାତୀ ଆକ୍ରମଣରେ ଅନିଲଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ପୁରୁଣାକୋଟ ପୁଲିସ ସହିତ ପମ୍ପାସର ଡେପୁଟି ରେଞ୍ଜର ଡିଲେଶ୍ଵର ନାୟକ ତରଭା ଗାଁରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ଆମେରିକାରେ ଗୁଳିକାଣ୍ଡ, ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୧୦ ଜଣ ଆହତ

ନୂଆଦିଲ୍ଲୀ : ଆମେରିକାରେ ପୁଣି ଥରେ ଗୁଳିକାଣ୍ଡର ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ସୋମବାର ସକାଳେ ଦକ୍ଷିଣ ଫିଲାଡେଲଫିଆର ଏକ ଅଞ୍ଚଳରେ ଗୁଳିକାଣ୍ଡ...

ADVERTISEMENT

Login