The Ultimate Managed Hosting Platform
ADVERTISEMENT
Latest News
The Ultimate Managed Hosting Platform
Latest News

ହାଣ୍ଡିଶାଳରେ ମାଡ, ୩ ଗୁଣ ବଢିଛି ଅଦା ଓ ରସୁଣ ଦାମ

Facebook
Twitter
LinkedIn

ଭୁବନେଶ୍ୱର: ତାତିଠୁ ବଳିଗଲାଣି ହାଣ୍ଡିଶାଳର ତାତି । ଡାଲି, ସୁଜି, ମଇଦାଠାରୁ ଆରମ୍ଭ କରି ଅଦା ଓ ରସୁଣ ପର୍ୟ୍ୟନ୍ତ ସବୁର ମୂଲ୍ୟ ଆକାଶଛୁଆଁ । କିଲୋ ପିଛା ରସୁଣ ମୂଲ୍ୟରେ ଦୁଇଗୁଣା ଓ ଅଦାରେ ୩ ଗୁଣା ବୃଦ୍ଧି ପ୍ରଥମ ଥର ପାଇଁ ହୋଇଛି। ହୋଲସେଲ ମାର୍କେଟରେ ରସୁଣ କିଲୋପିଛା ୧୦୦ ଟଙ୍କା । ସେହିଭଳି ଅଦାର ମୂଲ୍ୟ ୨୫୦ ଟଙ୍କା । ମାର୍ଚ୍ଚ ମାସରେ ଉଭୟ ରସୁଣ ଓ ଅଦାର ମୂଲ୍ୟ ଯଥାକ୍ରମେ କିଲୋ ପିଛା ୨୦ରୁ୩୦ ଓ ୫୫ରୁ୬୦ ଟଙ୍କା ରହୁଥିଲା। ମାତ୍ର ତାହା ବର୍ତ୍ତମାନ ଦୁଇରୁ ତିନିଗୁଣା ପର୍ୟ୍ୟନ୍ତ ବୃଦ୍ଧି ପାଇଛି । ଦରଦାମ ବୃଦ୍ଧି ମଧ୍ୟବିତ୍ତ ଓ ଗରିବ ଶ୍ରେଣୀଙ୍କ ଚିନ୍ତାର କାରଣ ସାଜିଛି। ସେପଟେ ହରଡ଼ ଡାଲି ଓ ଗହମର ମୂଲ୍ୟବୃଦ୍ଧି ଅଧିକ ଚିନ୍ତା ବଢାଇଛି । ମୁଖ୍ୟତଃ ରସୁଣ ରାଜସ୍ଥାନ ଓ ଉତ୍ତରପ୍ରଦେଶରୁ ଏବଂ ଅଦା ବେଙ୍ଗାଳୁରୁ, ମହାରାଷ୍ଟ୍ର ଓ ସିଲିଗୁଡି ସମେତ ଓଡ଼ିଶାର କୋରାପୁଟ ଓ କନ୍ଧମାଳରୁ ଉତ୍ପାଦନ ହୋଇଥାଏ । ଗ୍ରୀଷ୍ମକାଳୀନ ମୂଲ୍ୟବୃଦ୍ଧି କେବଳ ଖାଉଟିଙ୍କ ସମସ୍ୟା ନୁହଁ ବରଂ ଏହି ସମୟରେ ବ୍ୟବସାୟୀଙ୍କୁ ଅନେକ କ୍ଷତି ସହିବାକୁ ପଡୁଥିବା କହିଛନ୍ତି ରାଜ୍ୟ ବ୍ୟବସାୟୀ ମହାସଂଘ ମହାସଚିବ ।ଚଳିତବର୍ଷ ବର୍ଷାର ଅଭାବ ଏବଂ ଖରା ଯୋଗୁ ବହୁଳଭାବରେ ଉତ୍ପାଦନ ହ୍ରାସ ପାଇଛି । ଦରଦାମ ନିୟନ୍ତ୍ରଣରେ କେନ୍ଦ୍ର ସରକାର ବିଫଳ ହୋଇଥିବା ଅଭିଯୋଗ କରିଛନ୍ତି ଜନସାଧାରଣ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣାରେ ହେଲପଲାଇନ ନଂ ଜାରି- ୦୧୧-୨୪୬୧୦୮୪୩,୯୬୫୦୩୯୧୮୫୯

ଅହମ୍ମଦାବାଦ : ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପ୍ଲେନକ୍ରାସ ପରେ ଆକାଶ ଧୂଆଁମୟ । ଟେକଅଫ ସମୟରେ କ୍ରାସ...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ଦୁଃଖ ପ୍ରକାଶ କଲେ ମୋଦି, ଶାହା

ଅହମ୍ମଦାବାଦ : ଅହମ୍ମଦାବାଦ ବିମାନ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ । ଏକ୍ସରେ ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ମୋଦି । ଏହା ଆମ...

ADVERTISEMENT
ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୨ ଡାକ୍ତରୀ ହଷ୍ଟେଲରେ ପିଟି ହେଲା ବିମାନ

ଅହମ୍ମଦାବାଦ : ୨ଟି ବଡ କୋଠାରେ ପିଟି ହୋଇଛି ଦୁର୍ଘଟଣାଗ୍ରସ୍ତ ବିମାନ । ଅହମ୍ମଦାବାଦ ମେଘାନୀ ନଗରରେ ୨ଟି ବିଲ୍ଡିଂରେ ପିଟି ହେଲା । ପ୍ରଥମେ ଜୁନିୟର...

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ; ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା

ଅହମ୍ମଦାବାଦ : ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ୧୧୦ ଯାତ୍ରୀଙ୍କ ମୃତ୍ୟୁ ସୂଚନା । ୧୧୦ ଯାତ୍ରୀଙ୍କ ମୃତ୍ୟୁ ନେଇ ଜାତୀୟ ଗଣମାଧ୍ୟମର ସୂଚନା । ବିମାନଟି...

Login