The Ultimate Managed Hosting Platform
ADVERTISEMENT

ହାଇୱା ଧକ୍କାରେ ୨ ମୃତ

Facebook
Twitter
LinkedIn

ପାରାଦୀପ : ପାରାଦୀପ-କଟକ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା । ୧୫ ନଂ ଛକ ନିକଟରେ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ । ହାଇୱା ଧକ୍କା ଦେବାରୁ ବାଇକରେ ଯାଉଥିବା ୨ ଜଣ ମୃତ । ଦୁଇଜଣ ବ୍ୟକ୍ତି ହେଲେ ଜିତେନ୍ଦ୍ର ପାଲ ଓ ପ୍ରହଲ୍ଲାଦ ଭୋଳ । ଖବର ପାଇ ଅଗ୍ନିଶମ ବିଭାଗ ଓ ଦେବଦୁତ ସଡ଼କ ସୁରକ୍ଷା ବାହିନୀର ସଦସ୍ୟ ମାନେ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବାଇକ୍ ଆରୋହୀଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।ସୂଚନା ଅନୁଯାଇ ଆଜି ସକାଳ ୭ଟା ସମୟରେ ପାରାଦୀପରୁ କୁଜଙ୍ଗ ଯାଉଥିବା ଏକ ବାଇକକୁ କୁଜଙ୍ଗରୁ ପାରାଦୀପ ଆଡକୁ ଦ୍ରୁତ ଗତିରେ ଆସୁଥିବା ହାଇୱା ଚଢ଼ାଇଦେଇ ଫେରାର ହୋଇଯାଇଥିଲା। ତେବେ ଘଟଣା ସ୍ଥଳରେ ବାଇକରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ

ପୋଲିସ SI ନିଯୁକ୍ତି କେଳେଙ୍କାରୀ ; ସାଇଣ୍ଟିଫିକ ଲ୍ୟାବ ଗଲା ଜବତ ୧୧୦ ମୋବାଇଲ

ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ୧୧୦ ଆଶାୟୀଙ୍କ ଠାରୁ ଜବତ ହୋଇଥିବା ମୋବାଇଲ ଫୋନର ଫୋରେନସିକ ପରୀକ୍ଷା ପାଇଁ ପଠାଯାଇଛି। ଷ୍ଟେଟ୍...

Login