ନୂଆଦିଲ୍ଲୀ : ଜମ୍ମୁ-କାଶ୍ମୀର ଆତଙ୍କୀ ହମଲା ପରେ ହାଇଆଲର୍ଟରେ ଦିଲ୍ଲୀ, ମୁମ୍ବାଇ । ପର୍ଯ୍ୟଟନସ୍ଥଳୀ ଉପରେ କଡା ନଜର ନିଦେ୍ର୍ଦଶ । ବଭିନ୍ନ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ବଢିଲା । ଦିଲ୍ଲୀ, ଜୟପୁର, ଅମ୍ରିତସରରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ସ୍ଥାନୀୟ ଅଞ୍ଚଳରେ ହାଇ ଆଲର୍ଟ ଜାରି କରାଯାଇଛି । ପୁଲୱାମା ଆଟାକ ପରେ ଘାଟିରେ ସବୁଠାରୁ ବଡ଼ ଆକ୍ରମଣ ବୋଲି କୁହାଯାଉଛି । ଦିଲ୍ଲୀ ପୋଲିସ ସହରର ସୁରକ୍ଷା ବ୍ୟବସ୍ଥାକୁ ଟାଇଟ୍ କରିଦେଇଥିବା ବେଳେ ବର୍ଡରରେ ଚେକିଂ ଜାରି ରଖିଛି । ମୁମ୍ବାଇରେ ମଧ୍ୟ ସମାନ ପଦକ୍ଷେପ ନେଇଛି ପୋଲିସ । ସହରରେ କଡାକଡ଼ି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ସମସ୍ତ ଉଚ୍ଚ ପୋଲିସ ଅଧିକାରୀ ଆଲର୍ଟ ଥିବାବେଳେ ସୁରକ୍ଷା ପରିଚାଳନା ଉପରେ ସମସ୍ତଙ୍କ ନଜର ରହିଛି । ପହଲଗାମ ଆଟାକ ପରେ ଡେରାଡୁନରେ ମଧ୍ୟ ହାଇ ଆଲର୍ଟ ଜାରି କରାଯାଇଛି । ସଂପୂର୍ଣ୍ଣ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଜମ୍ମୁ-କଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ଯୋଗୁ ୨୬ ଜଣଙ୍କ ମୃତ୍ୟୁ ଘଟିଛି । ଲକ୍ସର-ଇ- ତୋଇବା ଆତଙ୍କୀ ସଙ୍ଗଠନ ଏ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ପରିବାର ସହିତ ବୁଲି ଆସିଥିବା ପର୍ୟ୍ୟଟକଙ୍କୁ ଆକ୍ରମଣ କରିଥିଲେ ଆତଙ୍କୀ । ଲୋକଙ୍କ ନାମ ପଚାରି ପଚାରି ଗୁଳି ମାରିଥିଲେ । ପହଲଗାମର ବୈସରନ ଘାଟିରେ ମଙ୍ଗଳବାର ଦିନ ୨.୪୫ ରେ ହୋଇଥିବା ଆତଙ୍କୀ ଆକ୍ରମଣରେ ୨୦ ରୁ ଅଧିକ ପର୍ୟ୍ୟଟକ ଆହତ ହୋଇଥିବାର ସୂଚନା ଆସୁଛି । ଆତଙ୍କବାଦୀମାନେ ପର୍ୟ୍ୟଟକଙ୍କୁ ଗୁଳି ମାରିବା ପୂର୍ବରୁ ସେମାନଙ୍କର ନାଁ ପଚାରିଥିଲେ ଏବଂ କଲମା ପଢ଼ିବାକୁ କହିଥିଲେ ।
ହାଇଆଲର୍ଟରେ ଦିଲ୍ଲୀ , ମୁମ୍ବାଇ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











