ନୂଆଦିଲ୍ଲୀ :ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି। ପେଟରେ ଯନ୍ତ୍ରଣା ହେଉଥିବା ଅଭିଯୋଗ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା, ସେଠାରେ ତାଙ୍କୁ ଯାଞ୍ଚ କରାଯାଇଥିଲା। ଇମ୍ରାନ ଖାନଙ୍କ ପାର୍ଟି ପାକିସ୍ତାନ ତେହେରିକ-ଏ-ଇନ୍ସାଫ ଏକ ଭିଡିଓ ଟ୍ୱିଟ କରି ଇମ୍ରାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଥିବା ନେଇ ସୂଚନା ଦେଇଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଇମ୍ରାନ ଖାନ ଜମାନ ପାର୍କସ୍ଥିତ ତାଙ୍କ ଘରୁ ହସ୍ପିଟାଲ ଯାଉଛନ୍ତି। ଇମ୍ରାନଙ୍କୁ ଲାହୋରର ଶୌକତ୍ ଖାନୁମ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କର ଚିକିତ୍ସା କରିଥିଲେ। ରିପୋର୍ଟ ମୁତାବକ, ଡାକ୍ତରୀ ଯାଞ୍ଚ ପରେ ଇମ୍ରାନ ହସ୍ପିଟାଲରୁ ବାହାରି ନିଜ ଘରକୁ ଫେରିଛନ୍ତି। ତାଙ୍କ ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିଲା। କୁହାଯାଇଛି ଯେ ଯନ୍ତ୍ରଣା ହେତୁ ଇମ୍ରାନ କାନ୍ଦି ପକାଇଥିଲେ, ଯାହା ପରେ ତାଙ୍କୁ ଶୀଘ୍ର ହସ୍ପିଟାଲ ନିଆଯାଇଥିଲା। ସେଠାରେ ଏକ ଡାକ୍ତରୀ ଟିମ୍ ତାଙ୍କୁ ଚିକିତ୍ସା କରିଥିଲେ।
Views: 78