ବ୍ୟୁରୋ : ସୁନ୍ଦର କାଶତଣ୍ଡୀ । ପରିବେଶକୁ କରୁଛି ବିମୋହିତ । ଧଳା ରଙ୍ଗର ଏହି ଫୁଲ ପବନର ସ୍ପର୍ଶରେ ନାଚି ଉଠୁଛି । ଖିଲି ଖିଲି ହୋଇ ହସି ଉଠୁଛି । ଶରତ ରୁତୁର ଆଗମନରେ ଧରାପୃଷ୍ଠକୁ ଚାଲି ଆସେ କାଶତଣ୍ଡୀ । ଦୁର୍ଗତୀନାଶିନୀ ମା ଦୁର୍ଗାଙ୍କୁ କରେ ଆବାହନ । ମାଙ୍କୁ ସ୍ୱାଗତ କରିବା ପାଇଁ କାଶତଣ୍ଡୀ ଫୁଟି ଉଠେ । କାଶତଣ୍ଡୀର ସିନା ବାସ୍ନା ନାହିଁ କିନ୍ତୁ ପରିବେଶକୁ ଖୁବ ସୁନ୍ଦର କରୁଛି ।
ନଦୀପଠାରେ ଶୋଭା ପାଉଥିବା କାଶତଣ୍ଡୀକୁ ଦେଖିଲେ ମନ ଯେମିତି ଖୁସିରେ ନାଚି ଉଠେ । ପଥିକ ଟିଏ ବି କାଶତଣ୍ଡୀ ଫୁଲକୁ ଦେଖିଲେ କିଛି ସମୟ ପାଇଁ ଅଟକି ଯାଏ । ଆସ କାଶତଣ୍ଡୀ ଫୁଲକୁ ଅନୁଭବ କରେ । କେବଳ ଶରତ ରୁତୁ ଆସିଲେ ଗଣେଶ ପୂଜା ପରଠୁ ହିଁ କାଶତଣ୍ଡୀ ଫୁଲର ସମ୍ଭାର ଦେଖିବାକୁ ମିଳେ । ଆଉ ମନରେ ଗୋଟେ ଉନ୍ମାଦନା ଆସେ ଯେ ମାଙ୍କର ଆଗମନର ସମୟ ହୋଇଗଲା । ମାଆଙ୍କ ଆଗମନରେ କାଶତଣ୍ଡୀ ଫୁଲ ଖିଲିଖିଲି ହୋଇ ହସିଉଠେ । ଆଉ ମାଆଙ୍କ ମେଲାଣି ପରେ କାଶତଣ୍ଡୀ ପୁଲ ମଉଳି ଯାଏ । ସତରେ କାଶତଣ୍ଡୀ ଫୁଲ କେଡେ ଯେ ଭାଗ୍ୟବାନ । ମାଙ୍କୁ ସ୍ୱାଗତ କରିବାର ସୈାଭାଗ୍ୟ ଯେ ପ୍ରାପ୍ତ ହୋଇଛି ।
ହସୁଛି କାଶତଣ୍ଡୀ , ମାଙ୍କୁ ସ୍ୱାଗତ ପାଇଁ କରିଛି ଅପେକ୍ଷା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











