The Ultimate Managed Hosting Platform
ADVERTISEMENT

ହଷ୍ଟେଲରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

Facebook
Twitter
LinkedIn

କୋରାପୁଟ : ହଷ୍ଟେଲରେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଠାବ । ସୁନାବେଡା ସ୍ଥିତ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ହଷ୍ଟେଲରେ ଠାବ । ମୃତ ଛାତ୍ରୀ ଜଣକ ଗଣିତ ବିଭାଗ ପ୍ରଥମ ବର୍ଷରେ ପଢୁଥିଲେ । ଛାତ୍ରୀଙ୍କ ଘର କେନ୍ଦ୍ରାପଡା ଜିଲ୍ଲା ହୋଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବିଶ୍ବବିଦ୍ୟାଳୟ ପକ୍ଷରୁ ସୂଚନା ମିଳିବା ପରେ ସୁନାବେଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ବିଶ୍ବବିଦ୍ୟାଳୟର ମୁଖ୍ୟ ଫାଟକକୁ ପୁଲିସ ବନ୍ଦ କରିଦେଇଛି। ବିଶ୍ବବିଦ୍ୟାଳୟ ପରିସରକୁ ବାହାର ଲୋକଙ୍କ ପ୍ରବେଶକୁ ବନ୍ଦ କରାଯାଇଛି। ସେହିଭଳି ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବାହାରକୁ ଯିବାକୁ ଦିଆଯାଉ ନାହିଁ। ଏହାରି ମଧ୍ୟରେ ଛାତ୍ରୀଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଛି। ପରିବାର ଲୋକ ପହଞ୍ଚିଲା ପରେ ପୁଲିସ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି କହିଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login