ଭୁବନେଶ୍ୱର : ଘରୋଇ ହଷ୍ଟେଲରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ପୁରୁଣା ବିଏମସି ଅପିସ ପଛ ହଷ୍ଟେଲରୁ ମୃତଦେହ ଉଦ୍ଧାର । ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନି । ପୋଲିସର ତଦନ୍ତ ଜାରି । ସୂଚନା ଅନୁସାରେ, ସରୋଜିନୀ ଏକ ହୋଟେଲରେ କାମ କରନ୍ତି । ତେବେ ସୋମବାର ରାତିରେ ସରୋଜିନୀଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା । ତେବେ ପରିବାରର ବିନା ଅନୁମତିରେ ହଷ୍ଟେଲ କବାଟ କାହିଁକି ଭଙ୍ଗାବଲା ବୋଲି ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଆଇନଜୀବୀ । ଆଇନଜୀବୀ ଜଣକ ଅଭିଯୋଗ କରିଛନ୍ତି ଯେ ଘର ମାଲିକ ବିନା କୌଣସି ପ୍ରମାଣପତ୍ରରେ ଏକାଧିକ ଯୁବତୀଙ୍କୁ ରଖିଛନ୍ତି । ଏପରିକି ସରୋଜିନୀଙ୍କୁ ଘର ଭଡ଼ା ଦେବା ପୂର୍ବରୁ ତାଙ୍କର କୌଣସି ପରିଚୟ ଘର ମାଲିକଙ୍କ ପାଖରେ ନଥିଲା ବୋଲି ଆଇନଜୀବୀ ଜଣକ ଅଭିଯୋଗ କରିଛନ୍ତି । ଯାହା ସରୋଜିନୀଙ୍କୁ ମୃତ୍ୟୁକୁ ସନ୍ଦେହ ଘେରକୁ ଠେଲି ଦେଇଛି । ସେପଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ।
Views: 79