ଚଣ୍ଡିଗଡ : ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ଇସ୍ତଫା । ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ଦେଲେ ମନୋହର ଲାଲ । କିଛି ସମୟ ମଧ୍ୟରେ ବିଜେପି ବିଧାୟକ ଦଳ ବୈଠକ । ମଙ୍ଗଳବାର ସକାଳ ୧୧ଟାରେ ବିଜେପି ବିଧାୟକ ଦଳ ସହ ବୈଠକ କରିଛନ୍ତି ମନୋହର ଲାଲ ଖଟ୍ଟର । ଏହାପରେ ହରିୟାଣା ରାଜ୍ୟପାଲଙ୍କୁ ଭେଟିବା ପାଇଁ ସେ ବାହାରିଥିଲେ । ଆଜି ସନ୍ଧ୍ୟା ସୁଦ୍ଧା ହରିୟାଣାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କାର୍ୟ୍ୟକ୍ରମ ଆୟୋଜନ ହେବ । ରାଜଭବନରେ ଶପଥ ଗ୍ରହଣକୁ ନେଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀ କିଏ ହେବେ ଏ ସସପେନ୍ସରୁ ପରଦା ହଟିନି ।
Views: 179











