ହରିୟାଣା : ଆଇପିଏସ ୱାଇ ପୁରନ କୁମାର ଆତ୍ମହତ୍ୟା ମାମଲା । ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଗଲା । ହରିୟାଣା ଡିଜିପି ଶତ୍ରୁଜିତ କପୁରଙ୍କୁ ଛୁଟିରୋ ପଠାଇଲେ ରାଜ୍ୟ ସରକାର । ଚଣ୍ଡିଗଡ ସ୍ଥିତ ବାସଭବନରେ ଗତ ୭ରେ ଆତ୍ମହତ୍ୟା କରିଥିଲେ ପୁରନ କୁମାର । ସୁଇସାଇଡ ନୋଟରେ ଡିଜିପିଙ୍କ ସମେତ ୭ ବରିଷ୍ଠ ଅଧିକାରୀଙ୍କୁ ଦାୟୀ କରିଥିଲେ । ଅନ୍ୟପଟେ ମାମଲାରେ ରୋହତକର ଏସପି ନରେନ୍ଦ୍ର ବିଜାରନିଆଙ୍କୁ ମଧ୍ୟ ଟ୍ରାନସଫର କରାଯାଇଛି । ଅନ୍ୟପଟେ ପୂରଣ କୁମାରଙ୍କ ପରିବାର ପକ୍ଷରୁ ଡିଜିପିଙ୍କ ବିରୋଧରେ ଏତଲା ଦିଆଯାଇଛି । ପୂରଣ କୁମାରଙ୍କ ପତ୍ନୀ ତଥା ଆଇପିଏସ ଅଫିସର ଅମନୀତ ପି କୁମାର ପୋଷ୍ଟମର୍ଟମ କରିବାକୁ ମନା କରିଦେଇଛନ୍ତି । ଚିଠିରେ ଉଲ୍ଲେଖ ସମସ୍ତ ଅଧିକାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ପରେ ହିଁ ମୃତଦେହ ବ୍ୟବଚ୍ଛେଦ କରିବାକୁ ସେ ଦାବି କରିଛନ୍ତି । ପୂରଣ କୁମାରଙ୍କ ପରିବାର ତରଫରୁ ଡିଜିପିଙ୍କ ବିରୋଧରେ ଏଫଆଇଆର ଦାଖଲ କରିବା ପରେ ଏବେ ଏହି ମାମଲା ହାଇପ୍ରୋଫାଇଲ ହୋଇଯାଇଛି । ସମସ୍ତଙ୍କ ନଜର ଏହି ମାମଲାରେ ରହିଛି ।
ସୂଚନାଯୋଗ୍ୟ, ଗତ ୭ ତାରିଖ ଦିନ ୱାଇ ପୂରଣ କୁମାର ଜୀବନ ହାରିଥିଲେ । ତାଙ୍କ ପାଖରେ ମିଳିଥିବା ଚିଠିରେ ସେ ଡିଜିପିଙ୍କ ସମେତ ୧୩ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କ ନାଁ ନେଇଥିଲେ । ଯେଉଁଥିରେ ଜାତିଆଣ ଆକ୍ଷେପ ସହ ତାଙ୍କ କ୍ୟାରିଅରକୁ ନଷ୍ଟ କରାଯାଉଥିବା ସେ ଅଭିଯୋଗ ଆଣିଥିଲେ । ୨୦୦୧ ବ୍ୟାଚର ଆଇପିଏସ ଅଫିସର ପୂରଣ କୁମାର ରୋହତକ ପୋଲିସ ଟ୍ରେନିଂ ସେଣ୍ଟରରେ ଇନପେକ୍ଟର ଜେନରାଲ ବା ଆଇଜି ପଦବୀର ଅବସ୍ଥାପିତ ଥିଲେ ।
ହରିୟାଣା ଡିଜିପିଙ୍କୁ ଛୁଟିରେ ପଠାଗଲା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











