ବ୍ରହ୍ମପୁର : ହତୟା ମାମଲାରେ ଡାକ୍ତରଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ । ବ୍ୟାଙ୍କ ଏଜେଣଅଟ ବିଷ୍ଣୁ ଗୈାଡ ହତ୍ୟା ମାମଲାରେ ଡାକ୍ତରଙ୍କୁ ଆଜୀବନ । ଡାକ୍ତର ହୃଷିକେଶ ତ୍ରିପାଠୀଙ୍କୁ ଆଜୀବନ ସହ ୧୦ ଲକ୍ଷ ଟଙ୍କା ଜରିମାନା । ସହଯୋଗୀ ଗଙ୍ଗା ବେହେରା , ବିଧାନ ସେଠୀଙ୍କୁ ୨ ବର୍ଷ ଲେଖାଏଁ ଜେଲ । ଗଞ୍ଜାମ ଜିଲା ଏଡିଜେ-୩ ଅଦାଲତର ବିଚାରପତି ରାଜ କୁମାର ଦାସ ଏହି ରାୟ ଶୁଣାଇଛନ୍ତି। ମାମଲାର ବିବରଣୀରୁ ଜଣାଯାଇଛି ଯେ, ତ୍ରିକୋଣିୟ ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଅଭିଯୁକ୍ତ ଡାକ୍ତର ୨୦୧୮ ସେପ୍ଟେମ୍ବର ମାସରେ ଜଣେ ବୀମା ଏଜେଣ୍ଟଙ୍କୁ ନିଜ କ୍ଲିନିକ୍ ଭିତରେ ନିଶା ଇଞ୍ଜେକସନ ଦେଇ ବେହୋସ୍ କରିବା ପରେ ଖଣ୍ଡଖଣ୍ଡ କରି କାଟି ହତ୍ୟା କରିଥିଲେ।
Views: 86











