The Ultimate Managed Hosting Platform
ADVERTISEMENT

ହଜାରେ ଫୁଟ ଘାଟିରେ ଖସିଲା ଟ୍ରକ

Facebook
Twitter
LinkedIn

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶର ଅଞ୍ଜାଓ ଜିଲ୍ଲାରେ ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଛି । ଶ୍ରମିକମାନଙ୍କୁ ନେଇ ଯାଉଥିବା ଏକ ଟ୍ରକ୍ ବିପଜ୍ଜନକ ପାହାଡ଼ିଆ ରାସ୍ତାରୁ ଖସି ହଜାର ଫୁଟ ଗଭୀର ଖାଲରେ ପଡ଼ିଛି । ଏହି ଦୁର୍ଘଟଣାରେ ପ୍ରାୟ ୨୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଥିବା ବେଳେ ଏପର୍ୟ୍ୟନ୍ତ କେବଳ ଜଣେ ଶ୍ରମିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ବୁଧବାର ଦିନ ହେଲଙ୍ଗ୍-ଚାଗଲାଘମ୍ ରାସ୍ତାର ମେଟେଙ୍ଗଲିଆଙ୍ଗ ନିକଟରେ ଏହି ଦୁର୍ଘଟଣା ଘଟିଛି । ସମସ୍ତ ଶ୍ରମିକ ଆସାମର ତିନସୁକିଆ ଜିଲ୍ଲାର ଗେଲାପୁଖୁରି ଚା ବଗିଚାର ବାସିନ୍ଦା ଥିଲେ । ସେ ଏକ କଣ୍ଟ୍ରାକ୍ଟ ପାଇଁ ଅରୁଣାଚଳ ପ୍ରଦେଶର ଏକ ପ୍ରୋଜେକ୍ଟ ସାଇଟକୁ ଯାଉଥିଲେ । କିନ୍ତୁ ବିପଜ୍ଜନକ ଘାଟି ରାସ୍ତାରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା । କିଛି ଶ୍ରମିକଙ୍କ ପରିଚୟ ମିଳିଥିବା ବେଳେ ଏପର୍ୟ୍ୟନ୍ତ ୩ ଜଣ ଶ୍ରମିକଙ୍କ ପରିଚୟ ମିଳିନାହିଁ । ମୃତକଙ୍କ ପରିବାରକୁ ଏନେଇ ସୂଚନା ମଧ୍ୟ ଦିଆଯାଇଛି । ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରୁ ୧୩ଟି ମୃତଦେହ ଉଦ୍ଧାର କରିଛନ୍ତି । ବାକି ଲୋକଙ୍କୁ ଖୋଜା ଚାଲିଛି । ଅତ୍ୟନ୍ତ ଦୁର୍ଗମ ଅଞ୍ଚଳ ଏବଂ ଖରାପ ରାସ୍ତା ଯୋଗୁଁ ଉଦ୍ଧାର କାର୍ୟ୍ୟରେ ବହୁତ ଅସୁବିଧା ହେଉଛି । ପୋଲିସ, ଜିଲ୍ଲା ପ୍ରଶାସନ, ଏସଡିଆରଏଫ ଏବଂ ସେନା ଟିମ୍ ମିଳିତ ଭାବେ ଏହି ଅପରେସନ ଚଲାଇଛନ୍ତି । ଉଦ୍ଧାର ହୋଇଥିବା ସମସ୍ତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଆସାମ ଏବଂ ଅରୁଣାଚଳ ପ୍ରଦେଶର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login