The Ultimate Managed Hosting Platform
ADVERTISEMENT

ହଂକଂ ଅଗ୍ନିକାଣ୍ଡ ; ୪୪ ମୃତ

Facebook
Twitter
LinkedIn

ହଂକଂ : ହଂକଂ ହାଇ ରାଇଜ ବିଲ୍ଡିଙ୍ଗ ଅଗ୍ନିକାଣ୍ଡ । ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି । ଗତ ବୁଧବାର ୩୧ ମହଲା କୋଠାରେ ଲାଗିଥିଲା ନିଆଁ । ବର୍ତ୍ତମାନ ସୁଦ୍ଧା ୩୦୦ରୁ ଅଧିକ ନିଖୋଜ । ମୃତକଙ୍କ ସଂଖ୍ୟା ବଢିବା ଆଶଙ୍କା । ଅଗ୍ନି ନିର୍ବାପନ ପାଇଁ ୭୦୦ରୁ ଅଧିକ ଫାୟାର ଫାଇଟରଙ୍କ ପ୍ରୟାସ । ଘଟଣାର ତଦନ୍ତ କରି ୩ ଜଣଙ୍କୁ ଗିରଫ କରିଛି ହଂକଂ ପୋଲିସ । ଅଗ୍ନିକାଣ୍ଡ ନେଇ ହଂକଂ ସିଟିରେ ଲେଭଲ ୫ ସର୍ତକ ସୂଚନା ଜାରି ହୋଇଛି । ୧୯୮୦ରେ ନିର୍ମିତ ଏକ ବିଲଡିଂର ମରାମତି କାର୍ୟ୍ୟ ପାଇଁ ବନ୍ଧା ଯାଇଥିବା ବାଉଁଶରେ ନିଆଁ ଲାଗି ଏକାଧିକ ବହୁତଳ କୋଠାକୁ ବ୍ୟାପିଥିଲା ।
ଏହି ସବୁ ଅଟ୍ଟାଳିକାରେ ପ୍ରାୟ ୪,୬୦୦ରୁ ଅଧିକ ଲୋକ ରହୁଥିବା ବେଳେ, ଅଧିକାଂଶ ବରିଷ୍ଠ ନାଗରିକ ଅଛନ୍ତି । ବିଗତ ୩ ଦଶନ୍ଧିରେ ଏହା ହଂକଂର ସବୁଠାରୁ ବଡ଼ ଅଗ୍ନିକାଣ୍ଡ ବୋଲି ସ୍ଥଆନୀୟ ଅଧିକାରୀ ସୂଚନା ଦେଇଛନ୍ତି । ଏବେ ସୁଦ୍ଧା ନିଆଁ ନିୟନ୍ତ୍ରଣକୁ ଆସିନଥିବା ବେଳେ, ଜଣେ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଅଗ୍ନିବିପନ୍ନଙ୍କ ପାଇଁ ବିଭିନ୍ନ ଗୋଷ୍ଠୀ କେନ୍ଦ୍ର ଏବଂ ସ୍କୁଲରେ ଅସ୍ଥାୟୀ ଆଶ୍ରୟସ୍ଥଳୀ ଖୋଲାଯାଇଛି । ସରକାର ଏକ ହାଉସିଂ ଟାସ୍କ ଫୋର୍ସ ଗଠନ କରି ବାସହରା ପରିବାରଙ୍କ ପାଇଁ ୧,୪୦୦ଟି ଘରର ବ୍ୟବସ୍ଥା କରିଛନ୍ତି। ଟ୍ରାଫିକ୍ ସମସ୍ୟା ଯୋଗୁଁ ୬ଟି ସ୍କୁଲକୁ ବନ୍ଦ ରଖାଯାଇଛି । ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login