ବ୍ୟୁରୋ : ମୌସୁମୀର ଝିପିଝିପି ବର୍ଷା, ମାଟିର ସୁସ୍ୱାଦୁ ବାସ୍ନାକୁ ଗରମ ଚା’ର କପ୍ ଏହି ତିନୋଟି ଏକାଠି ହେଲେ ପାଗ ଆହୁରି ସୁନ୍ଦର ହୋଇଯାଏ । କିନ୍ତୁ ଯଦି ଏହି ଚା’ରେ ପୁଦିନା ପତ୍ର ମିଶାଉଛନ୍ତି । ତେବେ ଏହା କେବଳ ସ୍ୱାଦକୁ ବଢ଼ାଇ ନଥାଏ ବରଂ ଏହା ଅନେକ ସ୍ୱାସ୍ଥ୍ୟଗତ ଲାଭ ପ୍ରଦାନ କରିଥାଏ ।ପୋଦିନା ଚା ପିଇବା ଦ୍ୱାରା ଆମେ ଅନେକ ଋତୁକାଳୀନ ରୋଗରୁ ରକ୍ଷା ପାଇପାରିବେ । ତେବେ ଏହା ଅନ୍ୟ କେଉଁ କେଉଁ ସବୁ ରୋଗ ସମସ୍ୟାରୁ ମୁକ୍ତି ଦେଇଥାଏ ଆସନ୍ତୁ ପ୍ରଥମେ ଏହାର ଉପକାରୀ ଗୁଣ ସମ୍ପର୍କରେ ଜାଣିବା ।ଓ୍ୟୖଷଧିୟ ଗୁଣରେ ପରିପୂର୍ଣ୍ଣ ପୋଦିନାକୁ ସେବନ କରି ଆପଣ ନିଜକୁ ଅନେକ ରୋଗରୁ ରକ୍ଷା କରିପାରିବେ । ଏମିତିରେ ତ’ ଆମେ ପୋଦିନାକୁ ଚଟଣି ଆକାରରେ ବ୍ୟବହାର କରିଥାଉ । ପୋଦିନା ପତ୍ର ଖାଇବା ସ୍ୱାସ୍ଥ୍ୟ ପାଇଁ ଅନେକ ଉପାୟରେ ଲାଭଦାୟକ ହୋଇଥାଏ । ଏଥିରେ ମୁଖ୍ୟତଃ ୨ଟି ଭିଟାମିନ୍ ଥାଏ । ଗୋଟିଏ ହେଉଛି ଭିଟାମିନ୍ C ଏବଂ ଦ୍ୱିତୀୟଟି ହେଉଛି ଭିଟାମିନ୍ A । ଏହି ଦୁଇଟି ଭିଟାମିନ୍ ବ୍ୟତୀତ ପୋଦିନା ପତ୍ରରେ ପୋଟାସିୟମ୍, ଆଇରନ୍, କ୍ୟାଲସିୟମ୍, ଆଣ୍ଟି-ଭାଇରାଲ୍, ଆଣ୍ଟି-ମାଇକ୍ରୋବାୟଲ୍, ଆଣ୍ଟିଅକ୍ସିଡାଣ୍ଟ ଏବଂ ଥିଏମାଇନ୍ ଭଳି ଉପାଦାନ ଭରପୁର ମାତ୍ରାରେ ରହିଛି । ସେଥିପାଇଁ ଆପଣ ଯେକୌଣସି ପ୍ରକାରର ସମସ୍ୟା ଥିଲେ ମଧ୍ୟ ପୋଦିନା ପତ୍ର ଖାଇପାରିବେ ।ଏହା ବ୍ୟତୀତ ପେଟ ଜନିତ ସମସ୍ୟା ପାଇଁ ଏହା ବହୁତ ପ୍ରଭାବଶାଳୀ ହୋଇଥାଏ । ପୋଦିନାରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ୍ ସି ଥିବାରୁ ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇଥାଏ । ଥଣ୍ଡା ଏବଂ ଜ୍ବର ପାଇଁ ପୋଦିନା ପତ୍ର ଚା’ ବେଷ୍ଟ ହୋଇଥାଏ ।
ସ୍ୱାସ୍ଥ୍ୟ ପାଇଁ ସର୍ବୋତ୍ତମ ପୋଦିନା ଚା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











