ଭୁବନେଶ୍ୱର : ସରକାରୀ ସ୍ୱାସ୍ଥ୍ୟ ସେବା ସହ ଜଡିତ କର୍ମଚାରୀଙ୍କ ପାଇଁ ଏସମା ଲାଗୁ । ଆଜିଠୁ ଆସନ୍ତା ୬ ମାସ ପାଇଁ ଏସମା ଲାଗୁ କଲେ ରାଜ୍ୟ ସରକାର । ସ୍ୱାସ୍ଥ୍ୟ ସେବା ସହ ଜଡିତ କର୍ମଚାରୀଙ୍କ ଆନେ୍ଦାଳନ ଉପରେ ରୋକ । ନର୍ସ, ପାରାମେଡିକ୍ସ, ଟେକ୍ନିସିଆନ ମାନଙ୍କ ପାଇଁ ଲାଗିଲା ଏସମା । ୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ସବ ଚୁକ୍ତିଭିତ୍ତିକଙ୍କ ପାଇଁ ମଧ୍ୟ ଲାଗୁ । ଏ ନେଇ ଗୃହ ବିଭାଗ ପକ୍ଷରୁ ପ୍ରକାଶ ପାଇଲା ନିଦେ୍ର୍ଦଶନାମା । ଏହି ସମୟ ମଧ୍ୟରେ ସ୍ୱାସ୍ଥ୍ୟସେବା ସହିତ ଜଡିତ କୌଣସି ସରକାରୀ କର୍ମଚାରୀ ଆନ୍ଦୋଳନ କିମ୍ବା ଧର୍ମଘଟ କରିପାରିବେ ନାହିଁ ।
Views: 82











