The Ultimate Managed Hosting Platform
ADVERTISEMENT

ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବରେ ଶିଶୁ ମାନଙ୍କ ସ୍କ୍ରିନିଂ କ୍ୟାମ୍ପ ଅନୁଷ୍ଠିତ

Facebook
Twitter
LinkedIn

ଚିତ୍ରକୋଣ୍ଡା: ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ଯୋଡ଼ାମ୍ବ ପଞ୍ଚାୟତ ଅନ୍ତର୍ଭୁକ୍ତ ଯୋଡ଼ାମ୍ବ ଗ୍ରାମରେ ଚିତ୍ରକୋଣ୍ଡା ସମନ୍ୱିତ ଶୁଶୁ ବିକାଶ କାର୍ୟ୍ୟାଳୟ ଆନୁକୂଲ୍ୟରେ ଯୋଡ଼ାମ୍ବ ଅଙ୍ଗନୱାର୍ଡୀ କେନ୍ଦ୍ରଠାରେ ଶିଶୁ ମାନଙ୍କର ଏସଏଏମ (ଅତିଶୟ ପୃଷ୍ଟିହୀନତା) / ଏମଏଏମ (ମଧ୍ୟମଧରଣର ପୃଷ୍ଟିହୀନତା) ସମ୍ବନ୍ଧୀୟ ଏକ ସ୍କ୍ରିନିଂ କ୍ୟାମ୍ପ ଆୟୋଜନ କରାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମ କ୍ୟାମ୍ପରେ ଚିତ୍ରକୋଣ୍ଡା ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଏ.ଅର୍ଣ୍ଣପୂର୍ଣ୍ଣାଙ୍କ ଅଧ୍ୟକ୍ଷତାରେ ଯୋଡ଼ାମ୍ବ ମେଡିକାଲ ଡାକ୍ତର ବିଜୟ କୁମାର ରାଉତ ଙ୍କ ଉପସ୍ଥିତିରେ ଯୋଡ଼ାମ୍ବ ପଞ୍ଚାୟତ ଅନ୍ତର୍ଭୁକ୍ତ ଯୋଡ଼ାମ୍ବ, ଦାରାଲାବେଢା ଓ ଜନ୍ତୁରାଇ ଗ୍ରାମର ପ୍ରାୟ ଶତାଧିକ ମହିଳାଙ୍କ ସମେତ ତାଙ୍କ ଶିଶୁ ଉକ୍ତ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ ।

ଏହି କାର୍ୟ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ବହୁ ଅଙ୍ଗନୱାଡି କର୍ମୀ ଓ ସୁପରଭାଇଜରଙ୍କ ଦ୍ୱାରା ଶତାଧିକ ଶିଶୁଙ୍କର ଓଜନ ମାପ ସହ ଉଚ୍ଚତା ମାପ କାର୍ୟ୍ୟକ୍ରମ କରାଯାଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ଯୋଡ଼ାମ୍ବ ପଞ୍ଚାୟତ ଅନ୍ତର୍ଭୁକ୍ତ ବହୁ ଅଙ୍ଗନୱାଡି କର୍ମଚାରୀଙ୍କ ସହ ଅଙ୍ଗନ ୱାଡି ସୁପରଭାଇଜର ରଞ୍ଜିତା ପୂଜାରୀ, ଭାନୁମତି ଭତ୍ରା, ଆଦି ଲକ୍ଷ୍ମୀ, ଚମ୍ପା ନାୟକ ଓ ଗାଙ୍ଗି ଶ୍ରୀଗମ ଆଦି ଯୋଗ ଦେଇ କାର୍ୟ୍ୟକ୍ରମଟିକୁ ପରିଚାଳନା କରିଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login