ପୁରୀ : ପୁରୀରେ ସ୍ନାନଯାତ୍ରାରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ।ଶ୍ରୀମନ୍ଦିର ଉତ୍ତର ଦ୍ଵାର ଦେଇ ପ୍ରବେଶ କରିଥିଲେ । ଦେବସ୍ନାନ ପୂର୍ଣ୍ଣିମାରେ ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରି ସାନ୍ନିଧ୍ୟ ନେଇଥିଲେ । ମୁଖ୍ୟମନ୍ତ୍ରୀ ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଶ୍ରୀମନ୍ଦିରରେ ଅତିବାହିତ କରିଥିଲେ। ଏଥିସହ ସହ ବିଭିନ୍ନ ବ୍ୟବସ୍ଥାର ସମୀକ୍ଷା କରିଥିଲେ । ସ୍ନାନ ବେଦୀରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିବା ପରେ ମୁଖ୍ୟମନ୍ତ୍ରୀ ଚାଲି ଚାଲି ପୁନଶ୍ଚ ଶ୍ରୀମନ୍ଦିର ସିଂହଦ୍ଵାର ଆସି ପତିତପାବନଙ୍କୁ ଦର୍ଶନ କରିଥିଲେ। ଏହାପରେ ସେ ରଥଖଳାରେ ରଥ ନିର୍ମାଣ କାର୍ୟ୍ୟ ସମୀକ୍ଷା କରିଥିଲେ । ସ୍ନାନ ମଣ୍ଡପରେ ଦର୍ଶନ ପରେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ଦେଇ ବାହାର ପରିକ୍ରମା ମାର୍ଗରେ ଚାଲି ଚାଲି ଯାଇଥିଲେ । ନନ୍ଦିଘୋଷ ରଥ ନିକଟରେ ରଥ ନିର୍ମାଣର କାର୍ୟ୍ୟର ସମୀକ୍ଷା କରିଥିଲେ।
Views: 58