The Ultimate Managed Hosting Platform
ADVERTISEMENT

ସ୍ଥଗିତ ହେଲା ନିର୍ବାଚନ, ହୃଦଘାତରେ ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ମୃତ୍ୟୁ

Facebook
Twitter
LinkedIn

ବରଗଡ଼ : ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ନିର୍ବାଚନ ସ୍ଥଗିତ ହୋଇଛି । ବରଗଡ ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତରେ ସରପଞ୍ଚ ନିର୍ବାଚନ ସ୍ଥଗିତ । ବୁଧବାର ହୃଦଘାତରେ ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନଙ୍କ ମୃତ୍ୟୁ ହୋଇଛି। ସରପଞ୍ଚ ପ୍ରାର୍ଥୀ ବାଲ୍ମିକୀ ପ୍ରଧାନ ସୂର‌୍ୟ୍ୟ ଚିହ୍ନରେ ନିର୍ବାଚନ ଲଢ଼ୁଥିଲେ । ତାଙ୍କ ମୃତ୍ୟୁ ଯୋଗୁଁ ଆଗାମୀ ୨୪ ତାରିଖରେ ହେବାକୁ ଥିବା ସରପଞ୍ଚ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ସୋମବାର ଦିନ ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍ ଅନ୍ତର୍ଗତ କେଲେଣ୍ଡା ପାଲି ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ସରୋଜ ସେଠଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ସରୋଜ ପୂର୍ବରୁ କ୍ୟାନ୍ସର ରୋଗରେ ପୀଡ଼ିତ ହୋଇଥିଲେ । କିଛି ଦିନ ତଳେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଚିକିତ୍ସା କରିବା ପାଇଁ ପରିବାର ପକ୍ଷରୁ କଟକ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ସେଠାରେ ହେବାକୁ ଥିବା ଭୋଟ୍ ଗ୍ରହଣ ବନ୍ଦ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ

ଆସନ୍ତାକାଲି ମହାକାଶ ଯିବେ ଶୁଭାଂଶୁ

ନୂଆଦିଲ୍ଲୀ : ଆସନ୍ତାକାଲି ଇଣ୍ଟର ନ୍ୟାସନାଲ ସ୍ପେସ ଷ୍ଟେସନକୁ ଯିବେ ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭାଂଶୁ ଶୁକ୍ଳା । ମହାକାଶଚାରୀ ସୁନିତା ୱିଲିୟମ୍ସଙ୍କୁ ପୃଥିବୀକୁ ଆଣିଥିବା...

Login