ପୋଲସରା ; ନିଜ ବାପା ସହ ମିଶି ସ୍ୱାମୀକୁ ଛୁରୀ ଭୁସି ମାରିଲା ସ୍ତ୍ରୀ । କବି ସୂର୍ଯ୍ୟନଗର ଥାନା ଗୋବିନ୍ଦପୁର ଗାଁରେ ବୀଭତ୍ସ ହତ୍ୟାକାଣ୍ଡ । ଘର ଭିତରେ ଖଟ ଉପରେ ପଡିଛି ଯୁବକଙ୍କ ରକ୍ତାକ୍ତ ମୃତଦେହ । ବୋହୂ ନିଜ ବାପା ସହ ମିଶି ହତ୍ୟା କରିଥିବା ଅଭିଯୋଗ କଲେ ମୃତକଙ୍କ ମାଁ । ମୃତ ବ୍ୟକ୍ତି କାଳୁଚରଣ ସେଠୀ । ଗତକାଲି ରାତିରେ କାଳୁଚରଣ ଘରେ ଶୋଇଥିବାବେଳେ ତାଙ୍କ ଛାତିରେ ଛୁରୀ ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ପାରିବାରିକ କଳହକୁ କେନ୍ଦ୍ର କରି ପତ୍ନୀ ଓ ଶ୍ୱଶୁର ହତ୍ୟା କରିଥିବା ଅଭିଯୋଗ କରିଛନ୍ତି ମୃତ କାଳୁଙ୍କ ମାଆ ଓ ବାପା। ମୃତଦେହ ଜବତ କରି ତଦନ୍ତ କରୁଛି କବିସୂର୍ୟ୍ୟନଗର ଥାନା ପୋଲିସ ।
Views: 21