
ସୋନପୁର : ଏଭଳି ଘଟଣା ସାମ୍ନାକୁ ଆସିଛି ସୋନପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଅଇଁଲାଛାଟ ଗ୍ରାମରେ । ଅଇଁଲାଛାଟ ଗ୍ରାମରେ ସ୍ତ୍ରୀଙ୍କୁ ସ୍ୱାମୀ ପିଟିପିଟି ହତ୍ୟା କରିବା ଅଭିଯୋଗ ଆସିଛି । ସୂଚନା ଅନୁଯାୟୀ, ଅଇଁଳାଛାତ ଗ୍ରାମର ଶଙ୍କର ଦେହେରି ୧୧ ବର୍ଷ ତଳେ ବହଲପଦର ଗ୍ରାମର ଖେଡୁ ପଧାନଙ୍କ ଝିଅ ମମତାଙ୍କୁ ବିବାହ କରିଥିଲେ । ଶଙ୍କର ବିଭିନ୍ନ ସମୟରେ ତାଙ୍କ ସ୍ତ୍ରୀ ମମତାଙ୍କୁ ମାଡ ମାରୁଥିଲେ । ଶନିବାର ସନ୍ଧ୍ୟା ସମୟରେ ଉଭୟ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଅତ୍ୟାଧିକ ପାଟିତୁଣ୍ଡ ହୋଇଥିଲା, ଏନେଇ ଶଙ୍କର ଏଥିରେ ଉତକ୍ଷିପ୍ତ ହୋଇ ମମତାଙ୍କୁ ମାଡ ମାରିଥିଲେ । ଫଳରେ ମମତାଙ୍କ ଅବସ୍ଥା ଗୁରୁତର ହୋଇଥିଲେ । ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଉଲୁଣ୍ଡା ଡାକ୍ତରଖାନାକୁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖବର ପାଇ ମମତାଙ୍କ ପରିବାର ଲୋକେ ଉକ୍ତ ଡାକ୍ତରଖାନାରେ ପହଁଚି ଥିଲେ । ଶଙ୍କର ମମତାଙ୍କୁ ପିଟିପିଟି ମାରିଦେଇଥିବା ମୃତକଙ୍କ ବାପା ଖେଡୁ ପଧାନ ଏନେଇ ଉଲୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ।












