ସୁନ୍ଦରଗଡ : ରାଜ୍ୟରେ ସ୍କ୍ରବ ଟାଇଫସକୁ ନେଇ କେନ୍ଦର୍ର ପଦକ୍ଷେପ । ରାଜ୍ୟରେ କେନ୍ଦ୍ରୀୟ ମେଡିକାଲ ଟିମର ସ୍ଥିତି ଅନୁଧ୍ୟାନ । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗଠିତ ୪ ଜଣିଆ ଟିମର ସ୍ଥିତି ଅନୁଧ୍ୟାନ । ସୁନ୍ଦରଗଡରେ ସିଡିଏମଓ ଓ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଆଲୋଚନା । ସୁନ୍ଦରଗଡ, ବରଗଡ ସମେତ ପାଖ ଜିଲ୍ଲାରେ ବଢୁଛି ସ୍କ୍ରବ ଟାଇଫସ । ଓଡ଼ିଶାର ୨ ବିଶେଷଜ୍ଞ ମଧ୍ୟ ଟିମରେ ସାମିଲ ହୋଇଛନ୍ତି । ସିଡିଏମଓ ଅଫିସରେ ଚାଲିଛି ସମୀକ୍ଷା ବୈଠକ । ରାଜ୍ୟରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ସୁନ୍ଦରଗଡ଼ ଜିଲ୍ଲା ।୨୪ ଘଣ୍ଟାରେ ପୁଣି ୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୭୪ ଜଣଙ୍କ ରକ୍ତ ନମୁନା ପରୀକ୍ଷାରୁ ୨୦ ପଜିଟିଭ ଚିହ୍ନଟ। ଏହାପରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୨ କୁ ବୃଦ୍ଧି ପାଇଛି। ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ICUରେ ଚିକିତ୍ସାଧୀନ ଅଛନ୍ତି।
Views: 82