The Ultimate Managed Hosting Platform
ADVERTISEMENT

ସ୍କୁଲ ବସ୍ ସହ ଅଟୋ ଧକ୍କା, ୫ ମୃତ

Facebook
Twitter
LinkedIn

ନୂଆଦିଲ୍ଲୀ : କେରଳର କାସାରାଗୋଡରେ ସ୍କୁଲ ବସ୍ ଏବଂ ଅଟୋ ରିକ୍ସା ଧକ୍କା । ୪ ଜଣ ମହିଳାଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହାେଇଛି । ପୋଲିସ ସୂଚନା ମୁତାବକ, ବସଟି ପିଲାଙ୍କୁ ସ୍କୁଲରୁ ଘରେ ଛାଡି ଆସିବା ସମୟରେ ଅଟୋ ସହିତ ଧକ୍କା ହୋଇଥିଲା, ଫଳରେ ଏହି ଦୁର୍ଘଟଣା ଘଟିଛି । ବାଡିୟାଡକା ପୋଲିସ ଷ୍ଟେସନର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ବସଟି ଦ୍ରୁତଗତିରେ ଭୁଲ ରାସ୍ତାରେ ଆସିବା ଫଳରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁଃଖଦୀୟ ଘଟଣାଟି ପ୍ରାୟ ସନ୍ଧ୍ୟା ୫ଟା ୩୦ରେ ଘଟିଥିଲା । ବସଟି ପିଲାଙ୍କୁ ଘରେ ଛାଡିକି ଆସିବା ସମୟରେ ହୋଇଥିଲା । ଏହାସହ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ପରିବାରର ସଦସ୍ୟଙ୍କ ଦୁଃଖରେ ସାମିଲ ଅଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login