ଜୟପୁର : ବନ୍ଧୁଗାଁ ବ୍ଲକ ଦାସିନି ପ୍ରାଥମିକ ବିଦ୍ୟାଳୟରେ ଅଗ୍ନିକାଣ୍ଡ । ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଓ ସ୍କୁଲ ସାମଗ୍ରୀ ପୋଡି ପାଉଁଶ । ସ୍କୁଲ ବନ୍ଦ ଯୋଗୁଁ ଟଳିଲା ବଡ ଦୁର୍ଘଟଣା , ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ । ଲଗାଣ ବର୍ଷାରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ । ଆଜି ସକାଳେ ସ୍କୁଲ ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ତୁରନ୍ତ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଗତ କିଛି ଦିନ ଧରି କୋରାପୁଟରେ ଲଗାଣ ବର୍ଷା ଲାଗି ରହିଥିବାବେଳେ ଛାତ କଣା ହୋଇ ପାଣି ଗଳୁଛି। ଫଳରେ ବିଦ୍ୟୁତ୍ ତାର ଗୁଡିକରେ ପାଣି ପଶି ସର୍ଟସର୍କିଟ ହୋଇଥିବା ସନ୍ଦେହ କରାଯାଉଛି। ତେବେ ସଠିକ ସମୟରେ ନିଆଁକୁ ଆୟତ୍ତ କରାଯାଇପାରିଥିବାରୁ ଏକ ବଡ଼ ଧରଣର ଅଘଟଣକୁ ରୋକା ଯାଇପାରିଛି।
Views: 106











