ବିଜୟୱାଡ଼ା: ସ୍କୁଲରେ ବିଳମ୍ବରେ ପହଞ୍ଚିବାରୁ ଶିକ୍ଷୟିତ୍ରୀ ଛାତ୍ରୀଙ୍କ ଚୁଟି କାଟିଦେଲେ । ଏ ଖବର ନିଶ୍ଚିତ ଆଶ୍ଚର୍ୟ୍ୟ କରୁଥିବ । ସ୍କୁଲରେ ବିଳମ୍ବରେ ପହଞ୍ଚିବାରୁ ୧୮ ଛାତ୍ରୀଙ୍କର ଚୁଟି କାଟିଦେଲେ ଏକ ସରକାରୀ ସ୍କୁଲର ଶିକ୍ଷୟିତ୍ରୀ । ମିଡିଆ ରିପୋର୍ଟ ଅନୁସାରେ ଶିକ୍ଷୟିତ୍ରୀ ଜଣଙ୍କ ରାଗି ଯାଇ ଏପରି ଦଣ୍ଡ ଦେଇଛନ୍ତି ଛାତ୍ରୀଙ୍କୁ । ଶିକ୍ଷୟିତ୍ରୀଙ୍କ ରାଗ ଏତିକିରେ ଶାନ୍ତ ହୋଇ ନଥିଲା, ଚୁଟି କାଟିବା ପରେ ଛାତ୍ରୀ ଜଣଙ୍କୁ ମାଡ଼ ମାରିବା ସହ ଖରାରେ ଠିଆ କରାଇଦେଇଥିଲେ । ଏ ସମ୍ପର୍କରେ କାହାକୁ କିଛି ନ କହିବାକୁ ଧମକ ମଧ୍ୟ ଦେଇଥିଲେ । ଘଟଣା ଟି ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଥିଲା ବିବାଦ ।
ତେବେ ଏ ଖବରଟି ହେଉଛି ଆନ୍ଧ୍ର ପ୍ରଦେଶର ଅଲ୍ଲୁରି ସୀତାରାମରାଜୁ ଜିଲ୍ଲାର ଏକ ସରକାରୀ ସ୍କୁଲର । ଏହି ଚୁଟି କଟା ଖବରଟି ପହଞ୍ଚିିଲା ଜିଲ୍ଲାପାଳଙ୍କ ନିକଟରେ । ପରେ ଚୁଟି କାଟିଥିବା ଗୁରୁମାଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ । ତେବେ ଘଟଣାର ପୁଖାନୁପୁଙ୍ଖ ତଦନ୍ତ ପରେ ବିଳମ୍ବିତ ରାତ୍ରରେ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନର ନିର୍ଦ୍ଦେଶ ଦେଇଥିଲେ ।
ସ୍କୁଲକୁ ବିଳମ୍ବରେ ଆସିବାରୁ ଚୁଟି କାଟିଦେଲେ ଶିକ୍ଷୟତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











