The Ultimate Managed Hosting Platform
ADVERTISEMENT

ସ୍କୁଲକୁ ବିଳମ୍ବରେ ଆସିବାରୁ ଚୁଟି କାଟିଦେଲେ ଶିକ୍ଷୟତ୍ରୀ

Facebook
Twitter
LinkedIn

ବିଜୟୱାଡ଼ା: ସ୍କୁଲରେ ବିଳମ୍ବରେ ପହଞ୍ଚିବାରୁ ଶିକ୍ଷୟିତ୍ରୀ ଛାତ୍ରୀଙ୍କ ଚୁଟି କାଟିଦେଲେ । ଏ ଖବର ନିଶ୍ଚିତ ଆଶ୍ଚର୍ୟ୍ୟ କରୁଥିବ । ସ୍କୁଲରେ ବିଳମ୍ବରେ ପହଞ୍ଚିବାରୁ ୧୮ ଛାତ୍ରୀଙ୍କର ଚୁଟି କାଟିଦେଲେ ଏକ ସରକାରୀ ସ୍କୁଲର ଶିକ୍ଷୟିତ୍ରୀ । ମିଡିଆ ରିପୋର୍ଟ ଅନୁସାରେ ଶିକ୍ଷୟିତ୍ରୀ ଜଣଙ୍କ ରାଗି ଯାଇ ଏପରି ଦଣ୍ଡ ଦେଇଛନ୍ତି ଛାତ୍ରୀଙ୍କୁ । ଶିକ୍ଷୟିତ୍ରୀଙ୍କ ରାଗ ଏତିକିରେ ଶାନ୍ତ ହୋଇ ନଥିଲା, ଚୁଟି କାଟିବା ପରେ ଛାତ୍ରୀ ଜଣଙ୍କୁ ମାଡ଼ ମାରିବା ସହ ଖରାରେ ଠିଆ କରାଇଦେଇଥିଲେ । ଏ ସମ୍ପର୍କରେ କାହାକୁ କିଛି ନ କହିବାକୁ ଧମକ ମଧ୍ୟ ଦେଇଥିଲେ । ଘଟଣା ଟି ସାମ୍ନାକୁ ଆସିବା ପରେ ଆରମ୍ଭ ହୋଇଥିଲା ବିବାଦ ।
ତେବେ ଏ ଖବରଟି ହେଉଛି ଆନ୍ଧ୍ର ପ୍ରଦେଶର ଅଲ୍ଲୁରି ସୀତାରାମରାଜୁ ଜିଲ୍ଲାର ଏକ ସରକାରୀ ସ୍କୁଲର । ଏହି ଚୁଟି କଟା ଖବରଟି ପହଞ୍ଚିିଲା ଜିଲ୍ଲାପାଳଙ୍କ ନିକଟରେ । ପରେ ଚୁଟି କାଟିଥିବା ଗୁରୁମାଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ । ତେବେ ଘଟଣାର ପୁଖାନୁପୁଙ୍ଖ ତଦନ୍ତ ପରେ ବିଳମ୍ବିତ ରାତ୍ରରେ ଅଭିଯୁକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବନର ନିର୍ଦ୍ଦେଶ ଦେଇଥିଲେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

ମମତା ଜଷ୍ଟିଫାଏ ବନ୍ଦ କରି ଜଷ୍ଟିସ ଦିଅନ୍ତୁ ; ବାଂଶୁରୀ

କୋଲକତା : ପଶ୍ଚିମବଙ୍ଗରେ ଓଡିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମମତା ବାନାର୍ଜୀଙ୍କୁ ଦିଲ୍ଲୀ ବିଜେପି ସାଂସଦ ବାଂଶୁରୀ ସ୍ୱରାଜଙ୍କ ଟାର୍ଗେଟ । ଝିଅମାନେ ରାତିରେ...

Login