ଜଳେଶ୍ୱର : ସ୍କୁଟିକୁ ପଛରୁ ଧକ୍କା ଦେଲା ଟ୍ରଲର । ବାଲେଶ୍ବର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଭେଲୋରା ଛକ ନିକଟରେ ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ହୋଇଛନ୍ତି । କ୍ଷତିପୂରଣ ଦାବିରେ ରାସ୍ତାରୋକ । ସୂଚନା ଅନୁସାରେ ସୋର ଥାନା ଅଞ୍ଚଳର ଜନୈକ ଦମ୍ପତି ଚନ୍ଦନେଶ୍ବରରୁ ସ୍କୁଟିରେ ସୋର ଫେରୁଥିବା ବେଳେ ଭେଲୋରା ଛକ ନିକଟରେ ଦୁର୍ଘଟଣା ଘଟିଥିଲା । ପଛପଟୁ ଆସୁଥିବା ଏକ ଟ୍ରଲର ସ୍କୁଟିକୁ ଧକ୍କା ଦେଇ ମହିଳା ଙ୍କ ଉପରେ ଚଢି ଯାଇଥିଲା । କ୍ଷତିପୂରଣ ଦାବିରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ରାସ୍ତା ଅବରୋଧ କରିଛନ୍ତି ।
Views: 39