କରଞ୍ଜିଆ : ସ୍କୁଟିକୁ ପଛପଟୁ ଧକ୍କା ଦେଲା ଟ୍ରକ । ମାଆ ଆଗରେ ଚାଲିଗଲା ପୁଅର ଜୀବନ । ୪୯ ନଂ ଜାତୀୟ ରାଜପଥ ଯଶିପୁର ବ୍ୟାଙ୍କ ଅଫ ଇଣ୍ଡିଆ ସାମ୍ନାରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ମା ଓ ପୁଅ ସ୍କୁଟିରେ ଯାଉଥିବାବେଳେ ଏକ ଲୁହା ପଥର ବୋଝେଇ ଟ୍ରକ ଧକ୍କା ଦେଇଥିଲା । ଫଳରେ ସ୍କୁଟିରୁ ଛିଟକି ପଡି ଟ୍ରକ ଚକା ତଳେ ପଡିଯାଇଥିଲା ୭ ବର୍ଷର ପୁଅ । ଘଟଣାସ୍ଥଳରେ କୁନି ପୁଅର ପ୍ରାଣ ବାୟୁ ଉଡ଼ି ଯାଇଥିଲା । ମୃତକଙ୍କ ଘର ମୟୂରଭଞ୍ଜ ବାଢୁଣିଆ ଗାଁର । ଘଟଣାସ୍ଥଳରେ ଯଶିପୁର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
Views: 46