The Ultimate Managed Hosting Platform
ADVERTISEMENT

ସୋସିଆଲ ମିଡିଆ ବ୍ୟବହାରକୁ ନେଇ ପ୍ରତିରକ୍ଷା ମନ୍ତ୍ରାଳୟର ବଡ ନିଷ୍ପତ୍ତି : ଯବାନ ବ୍ୟବହାର କରିବେ କିନ୍ତୁ କରିପାରିବେନି ପୋଷ୍ଟ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତୀୟ ସେନା ସୋସିଆଲ୍ ମିଡିଆ ବ୍ୟବହାର ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ କରିଛି । ଏବେ ସେନା, ସୈନିକ ଏବଂ ଅଧିକାରୀମାନେ କେବଳ ଦେଖିବା ଏବଂ ତଦାରଖ କରିବା ପାଇଁ ଇନଷ୍ଟାଗ୍ରାମ ବ୍ୟବହାର କରିପାରିବେ । ସେମାନେ କୌଣସି ପୋଷ୍ଟ କରିପାରିବେ ନାହିଁ କିମ୍ବା କୌଣସି ପୋଷ୍ଟକୁ ଲାଇକ୍ କରିପାରିବେ ନାହିଁ । ରିପୋର୍ଟ ଅନୁଯାୟୀ, ଡିଜିଟାଲକ କାର୍ୟ୍ୟକଳାପ ସମ୍ପର୍କରେ ସେନା ପାଇଁ ପୂର୍ବରୁ ପ୍ରଯୁଜ୍ୟ ଅନ୍ୟ ସମସ୍ତ ନିୟମ ସମାନ ରହିବ । ଏଥିସହ, ଏହି ନିର୍ଦ୍ଦେଶ ସେନାର ସମସ୍ତ ୟୁନିଟ୍ ଏବଂ ବିଭାଗକୁ ଜାରି କରାଯାଇଛି । ଏହାର ଉଦ୍ଦେଶ୍ୟ ହେଉଛି ସୈନିକମାନଙ୍କୁ ସୋସିଆଲ ମିଡିଆରେ ଥିବା ବିଷୟବସ୍ତୁ ଦେଖବା, ସୂଚନା ସଂଗ୍ରହ କରିବା ପାଇଁ ଅନୁମତି ଦେବା, ଯାହା ଦ୍ବାରା ସେମାନେ ନକଲି ବିଷୟବସ୍ତୁକୁ ଚିହ୍ନି ପାରିବେ ।ନୂଆ ନିୟମ ଅନୁଯାୟୀ, ସୈନିକମାନେ ସୋସିଆଲ୍ ମିଡିଆରେ ନକଲି କିମ୍ବା ସନ୍ଦେହଜନକ ପୋଷ୍ଟ ବିଷୟରେ ସୋମାନଙ୍କ ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ କରିପାରିବେ । ଭାରତୀୟ ସେନା ସମୟ ସମୟରେ ଫେସବୁକ୍, ଟ୍ବିଟର ଏବଂ ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମର ବ୍ୟବହାର ସମ୍ପର୍କରେ ନର୍ଦ୍ଦେଶାବଳୀ ଜାରି କରିଛି, ଯାହା ପୂର୍ବରୁ ସୁରକ୍ଷା ଦ୍ରୁଷ୍ଟିରୁ ପ୍ରତିବଦ୍ଧିତ ଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login