କଟକ :ମେୟରଙ୍କୁ ନ ଡାକି ସମୀକ୍ଷା ବୈଠକ କଲେ ବିଧାୟିକା ସୋଫିଆ । କମିଶନର ଓ ଅଧିକାରୀଙ୍କ ସହ ସୋଫିଆ ଫିଦେ୍ର୍ଦାଶଙ୍କ ବୈଠକ । ମେୟରଙ୍କ ବାବଦରେ ପଚାରିବାରୁ ସେ କାମ କରି ପାରୁନାହାନ୍ତି କହିଲେ ସୋଫିଆ । ମେୟର କଟକ ସହରକୁ ବୁଡାଇ ଦେଇଛନ୍ତି, ସମୀକ୍ଷା କରିପାରୁନାହାନ୍ତି । ମୁଁ ବିଧାୟିକା ହିସାବରେ ସମୀକ୍ଷା କରିପାରିବି , ସେଥିପାଇଁ କରୁଛି । ଜବାବରେ ସୋଫିଆଙ୍କୁ ଆକ୍ସିଡେଣ୍ଟାଲ ଏମଏଲଏ କହି ତାତ୍ସଲ୍ୟ କଲେ ମେୟର । ତାଙ୍କୁ ସମୀକ୍ଷା କରିବା ପାଇଁ ଅଧିକାର ଦେଲା କିଏ, ସେ ପ୍ରସ୍ତାବ ଦେଇପାରିବେ । କଟକୁ ତାଙ୍କ ପରିବାର ବିପର୍ଯ୍ୟସ୍ତ କରିଛି, ପୋଖରୀ ପୋତି ବ୍ୟବସାୟ କରିଛନ୍ତି । ଏଭଳି ବିଧାୟିକାଙ୍କୁ ଦେଖିବା କଟକବାସୀଙ୍କ ପାଇଁ ଦୁର୍ଭାଗ୍ୟ ।
Views: 38