ଶ୍ରୀନଗର : ସୋପିଆନାରେ ବଡ ଧରଣର ଏନକାଉଣ୍ଟର । ଏନକାଉଣ୍ଟରରେ ଜଣେ ଆତଙ୍କୀ ନିହତ । ଜମ୍ମୁକାଶ୍ମୀର ସୋପିଆନାରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ । ଅଞ୍ଚଳକୁ ଘେରାବନ୍ଦୀ କରି ରଖିଛନ୍ତି ସୁରକ୍ଷାକର୍ମୀ । ୩ ଲସ୍କର ଆତଙ୍କବାଦୀ ଲୁଚି ରହିଥିବା ସନେ୍ଦହ । ତେବେ ଜମ୍ମୁ କଶ୍ମୀରରେ ଆତଙ୍କୀ ବିରୋଧରେ ସୈନ୍ୟ ଅଭିଯାନ ଜାରି ରହିଛି । ସୋପିଆନ ସମେତ ବିଭିନ୍ନ ସ୍ଥାନରେ ଆତଙ୍କୀ ସନ୍ଧାନ କରୁଛି ସେନା । ମଙ୍ଗଳବାର ସକାଳେ ଏକ ଅଭିଯାନରେ ଲସ୍କର-ଏ-ତୋଏବାର ଆତଙ୍କୀକୁ ଘେରାବନ୍ଦି କରାଯାଇଛି । ଆତଙ୍କୀ ସହିତ ଗୁଳିବିନିମୟରେ ସୁରକ୍ଷାବଳ ଜଣେ ଆତଙ୍କୀ ନିହତ ହୋଇଛି । ଘଟଣା ସ୍ଥଳରେ ଅତିକମରେ ଆଉ ଦୁଇ ଜଣ ଆତଙ୍କୀ ଲୁଚିଥିବା ଆଶଙ୍କା କରାଯାଉଛି । ଦୁଇ ପକ୍ଷରୁ ଫାୟାରିଂ ଜାରି ରହିଛି । ପ୍ରଥମେ ସେନା ଉପରକୁ ଗୁଳିମାଡ଼ କରିଥିଲେ ଆତଙ୍କୀ । ସେନାର ଜବାବୀ କାର୍ୟ୍ୟାନୁଷ୍ଠାନରେ ଜଣେ ଆତଙ୍କବାଦୀ ନିହତ ହୋଇଛି।
Views: 39