ନୂଆଦିଲ୍ଲୀ : ଅଭିନେତା ସୋନୁ ସୁଦ ଓ କ୍ରିକେଟର ଯୁବରାଜ ସିଂଙ୍କୁ ଇଡି ସମନ । ଅଭିନେତା ସୋନୁ ସୁଦଙ୍କୁ ବି ସମନ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଆସନ୍ତା ୨୪ରେ ହାଜର ହେବାକୁ କୁହାଯାଇଛି । କେବଳ ସୋନୁ ସୁଦ ନୁହେଁ ଉର୍ବଶୀ ରୌତେଲା, ମିମି ଚକ୍ରବର୍ତ୍ତୀ ମଧ୍ୟ ଏଥିରେ ସାମିଲ ରହିଛନ୍ତି ।କ୍ରିକେଟ ଖେଳାଳି ରବୀନ ଉଥପ୍ପାଙ୍କୁ ମଧ୍ୟ ଇଡି ସମନ । ଆସନ୍ତା ୨୨ରେ ହାଜର ପାଇଁ କହିଛି ଇଡି । ଅନଲାଇନ ଆପ ପ୍ରଚାର ଓ ମନିଲଣ୍ଡିଂ ମାମଲାରେ ପୂର୍ବତନ କ୍ରିକ୍ରେଟର ଯୁବରାଜ ସିଂ । ସେପେମ୍ବର ୨୩ ତାରିଖରେ ହାଜର ପାଇଁ ଇଡି ସମନ ଜାରି କରିଛି । ପୂର୍ବରୁ ଏହି ମାମଲାରେ ଶିଖର ଧୱନ, ସୁରେଶ ରାଇନା ଓ ହରଭଜନ ସିଂଙ୍କୁ ଇଡି ପଚରାଉଚରା କରିସାରିଛି ।
Views: 54