ଭୁବନେଶ୍ୱର : ସୈାମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କଲେ ନବୀନ ପଟ୍ଟନାୟକ । ବିଫଳ ବ୍ୟବସ୍ଥା କିପରି ଜଣଙ୍କ ଜୀବନ ନେଇ ଯାଇପାରେ ଅଧିକ ବିଚଳିତ କରୁଛି । ସବୁଠୁ ଦୁଃଖର କଥା, ଏହା କୈାଣସି ଦୁର୍ଘଟଣା ନୁହେଁ, ବ୍ୟବସ୍ଥାର ଫଳ । ନ୍ୟାୟ ପାଇବାକୁ କଂଗ୍ରାମ କରି ଜଣେ ଝିଅଟି ଆଖି ବୁଜିଲା । ଯୈ÷ାନ ନିର୍ଯ୍ୟାତନା ବିଷୟରେ ସେ ସମସ୍ତଙ୍କୁ ଅବଗତ କରିଥିଲା । ଯଦି କେହି ହସ୍ତ କ୍ଷେପ କରିଥାନ୍ତେ ହୁଏତ ଝିଅଟି ବଞ୍ଚି ଯାଇଛନ୍ତି । ଏହା ଆନୁଷ୍ଠାନିକ ବିଶ୍ୱାସଘାତକତାରୁ କିଛି କମ ନୁହେଁ, ଏହା ଯୋଜନା ବଦ୍ଧ ଅନ୍ୟାୟ । ନବୀନ କହିଛନ୍ତି ମୁଁ ପୁଣି ରାଜ୍ୟପାଳଙ୍କୁ ଅନୁରୋଧ କରୁଛି ସେ ସୁନିଶ୍ଚିତ କରନ୍ତୁ ଯେ ନା କେବଳ କଲେଜ କର୍ତ୍ତୃପକ୍ଷ ବରଂ କ୍ଷମତାରେ ଥିବା ବ୍ୟକ୍ତିମାନେ ଉତ୍ତରଦାୟୀ ହୁଅନ୍ତୁ । ଯେଉଁମାନେ ପୀଡ଼ିତାଙ୍କ ଆକୁଳ ଗୁହାରି ପରେ ବି କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ । ପୀଡ଼ିତାଙ୍କ ଆମର ଆତ୍ମାର ସଦଗତି ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ।
Views: 57











