
ଜଣେ ନାରୀ ବିବାହ ପରେ ଅନ୍ୟ ଜଣେ ପୁରୁଷର ସ୍ତ୍ରୀ ହୋଇଯାଏ | କର୍ତ୍ତବ୍ୟ ବଢିଯାଏ | ସଂସାରର ବୋଝ ବଢିବା ସହ ପାରିବାରିକ ସମସ୍ୟା ଲାଗିରହିଥାଏ | କେତେବେଳେ ସେ ହସୁଥାଏ ତ ଆଉ କେତେବେଳେ କବାଟ ଫାଙ୍କରେ ଲୁଚି ଲୁଚି କାନ୍ଦୁଥାଏ | କାରଣ ସେ ଜଣେ ସ୍ତ୍ରୀ | ସବୁ ସହିବ ମୁହଁ ଖୋଲିଲେ ନିନ୍ଦା ଶୁଣିବ | ସେଥିପାଇଁ ତ ନାରୀ ମାନଙ୍କୁ ଆମେ ଯେତେ ଯେଉଁ ରୂପରେ କଳ୍ପନା କରିବା ନାରୀମାନେ ସଦାସର୍ବଦା ଉପରେ ରହିବେ |

ସ୍ତ୍ରୀ ହେବା ସହ ଘରର ଦାୟିତ୍ୱ | ପିଲାଙ୍କ ପାଇଁ କର୍ତ୍ତବ୍ୟ | ସ୍ୱାମୀ ଅଫିସରୁ ଘରକୁ ଆସିଲେ ସ୍ୱାମୀ ସେବା | ଶାଶୁ-ଶଶୁରଙ୍କର ସେବା ନଣନ୍ଦ-ଦିଅରଙ୍କ ଅଳି ଅଝଟ ଆଉ ଶେଷରେ ଭଲ ବୋହୂର ପଦବୀ ଏ କୌଣସି ସାମାନ୍ୟ କଥା ନୁହେଁ | ଏକଥା କହିବାର ମାନେ ହେଲା ଗୋଟେ ଝିଅ ଯଦି ନିଜର ମନ୍ଦ ସ୍ଵଭାଵ ବଦଳେଇ ଦେଇ ବିବାହ ପରେ ଶାଶୁ-ଶଶୁର, ନଣନ୍ଦ-ଦିଅରଙ୍କ ମନ କିଣି ନେଇପାରିବ ତେବେ ସେ ଜଣେ ଭଲ ଗୃହିଣୀ ହେବା ସହ ଭଲ ବୋହୂ ହେଇପାରିବ | ହଁ ସବୁ ଝିଅ ସମାନ ନୁହଁନ୍ତି | ସେଥିପାଇଁ ତ ସ୍ତ୍ରୀଟିଏ ପାଇଁ ସ୍ୱାମୀ ଖୁସି ହୋଇଯାଏ | ଆଉ ସେ ଏତେ ଖୁସି ହୋଇଯାଏ ଯେ, ସେ ମଧ୍ୟ ପ୍ରତ୍ୟେକଟି କଥାରେ କହୁଥାଏ ଏ ଦୁନିଆର ସବୁଠାରୁ ଭଲ ଝିଅକୁ ମୁଁ ବାହାହେଇଛି ଭଗବାନ କେବଳ ମୋତେ ତା ପାଇଁ ଗଢିଛନ୍ତି ଆଉ ତା ପାଇଁ ମୋତେ | ସେଥିପାଇଁ ତ ସେ ମୋ ଭଲ ସ୍ତ୍ରୀ |

ବେଳେବେଳେ କିଛି ଭଲ ଝିଅ ଅଳ୍ପ ଦିନ ଭଲ ସ୍ତ୍ରୀ ହୋଇକି ତ ରୁହନ୍ତି କିନ୍ତୁ ପର ଶିକ୍ଷାରେ ନିଜ ହସିଲା ଘରକୁ ଚୂନା କରନ୍ତି | କାରଣ ପର କଥାରେ ଘର ଭାଙ୍ଗେ | ତେଣୁ ପର କଥାକୁ ଗୁରୁତ୍ୱ ନ ଦେଇ ନିଜ କଥାକୁ ଗୁରୁତ୍ୱ ଦିଅନ୍ତୁ | ନିଜ ପରିବାର ଖୁସିକୁ ଟିକେ ଭାବନ୍ତୁ | ଯେତେବେଳେ ଆମେ ଆମ ନିଜ ଲୋକ ଗୁଡ଼ାଙ୍କୁ କଷ୍ଟ ଦେବା ନା ସେତେବେଳେ ନିଜ ବାପ ଘର କଥା ଟିକେ ଚିନ୍ତା କରନ୍ତୁ ଶାଶୁ-ଶଶୁର ନିଜ ବାପା-ବୋଉଙ୍କ ଭଳି ଆଉ ନଣନ୍ଦ-ଦିଅର ନିଜ ଭାଇ ଭଉଣୀ ଭଳି ଆମେ ଯଦି ଆମ ନିଜ ବାପା-ବୋଉ, ଭାଇ-ଭଉଣୀ ଉପରେ କେବେ ଖରାପ ବ୍ୟବହାର କରୁନେ ତେବେ କାହିଁକି ବିବାହର କିଛି ଦିନ ପରେ ନିଜକୁ ଏତେ ପରିବର୍ତ୍ତନ କରିବା କଣ ପାଇଁ |

ଯିଏ ଘରକୁ ବୋହୂଟିଏ ଆଣେ କେତେ ଆଶା ନେଇ | ବୋହୂ ନମ୍ର ହେଇଥିବ | ଆମେ ଆମ ଝିଅକୁ ଯେମିତି ସ୍ୱାଧୀନତା ଦେଉଛୁ ବୋହୂକୁ ମଧ୍ୟ ସେମିତି ସ୍ୱାଧୀନତା ଦେବା | ବୋହୂର ହାତ ପରସା ଟିକେ ଖାଇବା | ଆମେ ଯେମିତି ତାକୁ ଭଲ ପାଇବା ଦେବା ସେ ବି ସେମିତି ଆମକୁ ଭଲ ପାଇବା | କିନ୍ତୁ ଆଜିକାଲିକା ମର୍ଡନ୍ ବୋହୂ ବିବାହର କିଛି ଦିନ ପରେ ବଢିଆ ରଙ୍ଗ ଦେଖନ୍ତି |
ତେଣୁ ସ୍ଵଭାଵକୁ ବଦଳାଇବା ଉଚିତ | ନିଜ ଲୋକଙ୍କୁ ଏବଂ ଅନ୍ୟ ମାନଙ୍କୁ ଭଲ ପାଇବା ଉଚିତ | ଭଲ ପାଇବା ଥିଲେ ମଣିଷ ଖୁସିରେ ରହିବ | ଏବଂ ଚିନ୍ତା ମଧ୍ୟ ଦୂରେଇ ଯିବ | ଆଉ ଯଦି ଭଲ ପାଇବା କମିବ ତେବେ ପାରିବାରିକ ଅଶାନ୍ତି ଦେଖାଯିବ |
