The Ultimate Managed Hosting Platform
ADVERTISEMENT

ସେୟାର ବଜାର ଉପରେ ଟ୍ରମ୍ପ ଟାରିଫ ପ୍ରଭାବ

Facebook
Twitter
LinkedIn

ନୂଆଦିଲ୍ଲୀ : ଭାରତୀୟ ସେୟାର ବଜାର ଉପରେ ଟ୍ରମ୍ପ ଏଫେକ୍ଟ। ଧରାଶାୟୀ ହୋଇଛି ଷ୍ଟକମାର୍କେଟ। ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଦ୍ବାରା ଘୋଷିତ ନୂଆ ଟାରିଫ ଅନୁସାରେ ଏହାର ପ୍ରଭାବ ପଡ଼ିଛି ଷ୍ଟକ ମାର୍କେଟ ଉପରେ। ବିଏସଇ ସେନସେସ୍କ ୮୧୭ ପଏଣ୍ଟ ଖସିଥିବାବେଳେ ନିଫ୍ଟି ୩୦୦ ପଏଣ୍ଟ ହ୍ରାସ ଘଟିଛି। ଆଜି ଷ୍ଟକ ମାର୍କେଟ ଖୋଲୁ ଖୋଲୁ ଏହି ବିପର୍ୟ୍ୟୟ ପରିଲକ୍ଷିତ ହୋଇଛି।ଗତକାଲି ଟ୍ରମ୍ପ ନୂଆ ଟାରିଫ ନୀତି ଘୋଷଣା କରିବା ପରେ କେବଳ ଭାରତ ନୁହେଁ ବିଶ୍ବର ଅଧିକାଂଶ ଷ୍ଟକମାର୍କେଟରେ ଏହାର ପ୍ରଭାବ ପଡିଛି। ଭାରତର ଆଇଟି ଓ ଅଟୋମୋବାଇଲ ସେକ୍ଟରରେ ବଡ଼ ହ୍ରାସ ପରିଲକ୍ଷିତ ହୋଇଛି। ମାରୁତି, ଜେକେ ଟାୟାର କମ୍ପାନୀ ସେୟାର ୩ ପ୍ରତିଶତ ହ୍ରାସ ହୋଇଥିବାବେଳେ ଟାଟା ମୋଟର୍ସ ସେୟାର ଖସିଛି ୬ ପ୍ରତିଶତ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଦୁର୍ଘଟଣା ପରେ ଟ୍ରକ ସହ ଜଳିଗଲେ ୩ ଡ୍ରାଇଭର

ଜଳିଗଲା ୩ ମହଲା ଘର

ଖଲ୍ଲିକୋଟ :ଖଲ୍ଲିକୋଟ ନୂଆସାହିରେ ଜଳିଗଲା ୩ ମହଲା ଘର । ଘରେ ଚାର୍ଜକେ ବସିଥିବା ଇଭି ବ୍ୟାଟେରୀରୁ ପ୍ରଥମେ ଅଗ୍ନିକାଣ୍ଡ । ପରେ ଗ୍ୟାସ ସିଲିଣ୍ଡର ଫାଟିବାରୁ...

ADVERTISEMENT

Login